ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ତା, ୧୮/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜକୁ ଦୀର୍ଘଦିନ ହେଲା ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରୁଛି ।ସେଥି ମଧ୍ୟରେ ୱାର୍ଡ ନଂ. ୨, ୫, ୬, ୭ ରେ ମଶାଣୀ ଜମି ଚି଼ହ୍ନଟ ହୋଇ ନଥିବାରୁ ଦିନ କୁ ଦିନ ଜମି ମାଫିଆ ଜମି ଦଖଲ କରୁଥିବା ରୁ ମଶାଣୀ ଜମି ସଂକୁଚିତ ହେବାରେ ଲାଗିଛି । ମଶାଣୀ […]Continue Reading
Odisha News
ଭୁବନେଶ୍ୱର, ୧୮/୨ : କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଏଥିପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଏହି ମାମାଲା ପାଇଁ ରାଜ୍ୟ ସରକାର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରିଛନ୍ତି ।ଏହି ଟିମ୍ ମାମଲାର ତଦନ୍ତ କରିବ । ଏଥିରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ରହିଛନ୍ତି । ଏଥିସହ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି । […]Continue Reading
ଭୁବନେଶ୍ୱର,୧୮/୨ : IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା ହେଉଛି। CBI ରେଡ ପ୍ରତିବାଦରେ ଇସ୍ତଫା ଦେଇଥିବା ସୂଚନା ମିଳିଛି।ଏନେଇ ଏକ ହାତଲେଖା ଚିଠି ଗଣମାଧ୍ୟମ ହାତରେ ଲାଗିଛି। ମୁଖ୍ୟ ଶାସନ ସଚିବଙ୍କୁ ବିଷ୍ଣୁପଦ ଲେଖିଥିବା ସୂଚନା ମିଳିଛି।ସିବିଆଇ ରେଡକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏତଲା ନ ଥାଇ କାହିଁକି ରେଡ ବୋଲି ସେ ଉକ୍ତ ଚିଠିରେ ଲେଖିଛନ୍ତି। ମାନ ସମ୍ମାନ ହାନି ହୋଇଥିବା ଚିଠିରେ ଲେଖାଯାଇଛି।ମୋ ଘରେ ଜୋରଜବରଦସ୍ତ ରେଡ ଚାଲିଛି । ଏହା […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୨ : ସୋମବାର ଅପରାହ୍ନ ଘ.୨.୩୦ ମିନିଟ ସମୟରେ କଣ୍ଟାମାଳ ବ୍ଲକ୍ ପଲସାଗୋରା ମାର୍କେଟ ୟାର୍ଡ ଠାରେ ହୋଇଥିବା ସରକାରୀ ଧାନ କ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ।ଆଜି ଜିଲ୍ଲାପାଳ କଣ୍ଟାମାଳ ବ୍ଲକ୍ କାର୍ଯ୍ୟାଳୟକୁ ଜନଶୁଣାଣୀ ଶିବିରକୁ ଯାଇଥିବା ଅବସରରେ ପଲସାଗୋରା ଧାନ କ୍ରୟ ମଣ୍ଡି ପରିଦର୍ଶନ କରି ଧାନ କ୍ରୟ ବ୍ୟବସ୍ଥାର ପରିଦର୍ଶନ କରିଥିଲେ ।ଉକ୍ତ ପରିଦର୍ଶନ ସମୟରେ ଅତିରିକ୍ତ Continue Reading
ଚନ୍ଦ୍ରଶେଖରପୁର, ୧୮/୨: କିଟ୍ ବିଶ୍ବବିଦ୍ୟାଳୟରେ ବି-ଟେକ୍ ଦ୍ବିତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସା ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି, ଉଚ୍ଚଶିକ୍ଷା ପାଇଁ ଝିଅକୁ ଏତେଦୂର ପଠାଇଥିଲୁ ହେଲେ ଏମିତି ଘଟିବ ବୋଲି କେବେ ଭାବିନଥିଲି। ମୋ ଝିଅ ତ ଆଉ ନାହିଁ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଏପରି ନହେଉ। ଏବେ ଆମେ ନ୍ୟାୟ ଚାହୁଁଛୁ।ଓଡ଼ିଶା ସରକାର ଓ ପୁଲିସ ଉପରେ ଭରସା ଅଛି ନ୍ୟାୟ ମିଳିବ। Continue Reading
ଭୁବନେଶ୍ୱର,୧୮/୨: ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ର ଫାଇନାଲ ପରୀକ୍ଷା । ସିଏଚଏସଇ ବା ଉଚା ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷାକୁ ସଞ୍ଚାଳିତ କରୁଛି । ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜ୍ୟରେ ଏହି ବର୍ଷ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଯୋଗ ଦେବେ ।କଳା ବିଭାଗରେ ସର୍ବାଧିକ ୨,୪୭,୩୯୧ ଜଣ , ବିଜ୍ଞାନ ବିଭାଗରେ ୧,୧୪,୯୮୦, ବାଣିଜ୍ୟ ବିଭାଗରେ […]Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡା / ରାୟଗଡ, ୧୭/୨ : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଲକ ସଦର ମହକୁମାସ୍ଥିତ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି ।ରାୟଗଡା ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ବନଖଣ୍ଡ ଅଧିକାରୀ ଆନ୍ନା ସାହେବ ଓହୋଲେ, ମୁଖ୍ୟ ଉନ୍ନୟନ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୨ : ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଆପନ୍ନା ପରିଚ୍ଛା ସ୍ମୃତି ସଂସଦ , ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୭ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସହର ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଅନୁଷ୍ଠାନର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି।ଏହି ସଭାରେ ମୁଖ୍ୟଅତିଥି ଭାବେ Continue Reading
ଭୁବନେଶ୍ୱର,୧୭/୨ : ଲାଞ୍ଚ ନେବା ମହଙ୍ଗା ପଡିଛି, ଲେଫ୍ରିପଡା ତହସିଲର କନିଷ୍ଠ ଯନ୍ତ୍ରୀ ଶ୍ରୀ ଗୋଲେଖ ନାୟକଙ୍କୁ । ଜମି ନିର୍ଦ୍ଧାରଣ ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ।ସୂଚନାଯୋଗ୍ୟ କନିଷ୍ଠ ଯନ୍ତ୍ରୀ ଜଣକ ମଶାବିରାର ଶ୍ରୀ ଅନନ୍ତ ନାୟକଙ୍କ ଜମି ନିର୍ଦ୍ଧାରଣ କାମ ପାଇଁ ଫାଇଲ କାମ ଆଗକୁ ବଢାଇବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ଅନନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । […]Continue Reading
ଭୁବନେଶ୍ୱର,୧୭/୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ବଜେଟରେ ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ଯିଏକି ନିଜ ନିକଟରେ ଅର୍ଥ ବିଭାଗ ରଖିଛନ୍ତି ଅପରାହ୍ନରେ ବିଧାନସଭାରେ ବଜେଟ୍ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।ରାଜ୍ୟର ଭାଜପା ସରକାରଙ୍କ ଦ୍ୱାରା ଆଗତ ଏହା ଦ୍ୱିତୀୟ ବଜେଟ୍। ମୋହନ ମଧ୍ୟ ଲଗାତାର ଦ୍ୱିତୀୟ ଥର ପାଇଁ ବିଧାନସଭାରେ ବଜେଟ୍ ପ୍ରସ୍ତାବ ଉପସ୍ଥାପନ Continue Reading




