Odisha News

ଚର୍ଚାରେ ଅବସାଦ : ବିଜେଡିର ୪ ରାଜ୍ୟସଭା ଆସନ ପାଇଁ ପାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ୨୯/୫: ସବୁ ଅପେକ୍ଷାର ଅନ୍ତ ଘଟିଛି ।ଓଡ଼ିଶାରୁ ଖାଲି ହୋଇଥିବା ୪ ରାଜ୍ୟସଭା ଆସନ ପାଇଁ ରବିବାର ଦିନ ବିଜେଡିର ପାର୍ଥୀ ଘୋଷଣା ହୋଇଛି । ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶିଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ।

ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ , ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାବେଳେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୌର ନିର୍ବାଚନରେ କଟକର ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ରାଜ୍ୟସଭା ପଦ ଛାଡ଼ିଥିଲେ ।
ଏଣୁ ଓଡ଼ିଶାରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବ। ଏଥିଲାଗି ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାସହ ନାମାଙ୍କନ ଦାଖଲ ସମୟ ଆରମ୍ଭ ହୋଇଥିଲା। ତେବେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେଡି ଭିନ୍ନ କୌଣସି ଦଳ ଏ ଯାଏ ପ୍ରାର୍ଥୀ ଚୟନ କରିନାହାନ୍ତି ।

Related Posts

Seo wordpress plugin by www.seowizard.org.