Home Articles posted by odadmin (Page 900)
Odisha News
କଟକ, ୧୨/୪: ବିରୂପା ନଦୀରେ ଗାଧୋଇବା ବେଳେ ୨ ଜଣ ଯୁବକ ବୁଡ଼ି ଯାଇଛନ୍ତି। ସେମାନେ ହେଲେ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣ ଚନ୍ଦ୍ର ସାହୁ ଓ ମୟଙ୍କ ସାହୁ।ସୂଚନା ଅନୁସାରେ କଟକ ଜିଲ୍ଲା ଚୌଦ୍ଵାର ଥାନା ଅଧୀନ ଖୋର୍ଦ୍ଧାସାହିର କୃଷ୍ଣ ଚନ୍ଦ୍ର ସାହୁ ଓ ମୟଙ୍କ ସାହୁ ବିରୂପା ନଦୀକୁ ଗାଧେଇବାକୁ ଯାଇଥିଲେ। ସେଠାରେ ସେମାନେ ସତର୍କତାରେ ଅବହେଳା କରିବାରୁ ନଦୀ ସୁଅରେ ଭାସି ଯାଇଥିଲେ।ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ। […]Continue Reading
Odisha News
ବାଙ୍କୀ, ୧୨/୪: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ପଞ୍ଚାୟତ ନୂଆସାହିରେ ଥିବା କୋଠଘର ଭିତରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।ମୃତକ ହେଲେ ରାଜନ ସାହୁଙ୍କ ପୁଅ ଶୀତଳ ସାହୁ(୪୦)। ସେ ଅବିବାହିତ ଥିଲେ ଓ କିଛି କାମଦାମ ବି କରୁ ନଥିଲେ। ଅଧିକାଂଶ ସମୟରେ ଶୀତଳ କୋଠଘରେ ରହୁଥିଲେ।ଆଜି ସକାଳେ କୋଠ ଘର କବାଟରେ ରକ୍ତଛିଟା ଲାଗିଥିବା କିଛି ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ […]Continue Reading
Odisha News
ନୂଆଦିଲ୍ଲୀ, ୧୨/୪ : ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ପ୍ରତି ଦିନ ବଢୁଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି ।ଗତକାଲି ମଧ୍ୟ ବଜାର ଖୋଲିବା ପରେ ସୁନା ସର୍ବକାଳୀନ ସର୍ବୋଚ୍ଚ ସ୍ତରଛୁଇଁଥିଲା। ସେହିପରି ଆଜି ବଜାର ଖୋଲିବା ବେଳକୁ ସୁନା […]Continue Reading
Odisha News
କୋରାପୁଟ, ୧୨/୪: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ ଏବଂ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି।କୈଳାଶ ଚନ୍ଦ୍ର କୁଲେସିକାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ Continue Reading
Odisha News
ଜଳେଶ୍ଵର, ୧୨/୪: ବାଲେଶ୍ବର ଜିଲ୍ଲା ଭୋଗରାଇର ତିନି ଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି।ଗତ ଦୁଇ ସପ୍ତାହ ତଳେ ସେ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା।ଏହାପରେ ସେ ଫୁସଫୁସଜନିତ ସଂକ୍ରମଣରେ ପୀଡ଼ିତ ଥିବା ଜଣା ପଡିଥିଲା। ୧୨ ଦିନ ତଳେ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଏଠାରେ ସେ Continue Reading