Home Articles posted by odadmin (Page 837)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩୧/୫: ୧ତାରିଖ ଦିନ ରାଜ୍ୟର ସମସ୍ତ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବ । ଜୁନ୍ ୪ତାରିଖ ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।ମେ’ ୨୦ ତାରିଖ ଦିନ କନ୍ଧମାଳ ଲୋକସଭା ଅଧିନ ୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇ ରହିଛି ।ଜୁନ୍ ୪ତାରିଖ ପାଇଁ ଏବେ ରାଜନୈତିକ ଦଳ ଗୁଡ଼ିକ ସମେତ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି। […]Continue Reading
Odisha News
ଭୁବନେଶ୍ବର, ୩୧/୫: ପଶ୍ଚିମ ଓଡ଼ିଶାରେ ଶୁକ୍ରବାର ଅଗ୍ନି ବର୍ଷା ହୋଇଛି। ସର୍ବୋଚ୍ଚ ତାପମାତ୍ରା ପାଇଁ ଅତୀତରେ ରେକର୍ଡ କରିଥିବା ଟିଟିଲାଗଡ଼ରେ ପାରଦ ଆଜି ୪୬.୫ ଡିଗ୍ରିକୁ ଉଠିଛି। ବଲାଙ୍ଗୀରବାସୀଙ୍କୁ ମଧ୍ୟ ଆଜି ପ୍ରବଳ ଖରାରେ ସିଝିବାକୁ ପଡ଼ିଛି।ଏଠାରେ ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୮ଟି ସହରର ତାପମାତ୍ରା ୪୫ ଡିଗ୍ରି କିମ୍ବା ଏଥିରୁ ଅଧିକ ରହିଛି।ରାଜ୍ୟରେ Continue Reading
Odisha News
ପୁରୀ,୩୧।୫: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତ୍ୟୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ଏବେ ୨୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ସୂଚନାଥାଉ କି, ଭଉଁରୀ ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। Continue Reading
Odisha News
ସୁନ୍ଦରଗଡ଼, ୩୧/୫: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଓସ୍ତାଲି ଘାଟିରେ ଖାଇ ତଳକୁ ଖସି ପଡ଼ିଲା ଗାଡ଼ି। ଏଥିରେ ଦୁଇ ମୃତ ଓ ୭ ଗୁରୁତର। ସକାଳୁ ସକାଳୁ କର୍ମକ୍ଷେତ୍ରକୁ ଯିବା ସମୟରେ ଘଟିଛି ଏଭଳି ଅଘଟଣ।ଆଜି ସକାଳୁ ସକାଳୁ ଏକ କ୍ୟାମ୍ପର ଯୋଗେ ନିଜ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା, ଯେଉଁଥିରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। […]Continue Reading
Odisha News
ଓଡ଼ିଶା,୩୧/୫: ରାଜ୍ୟରେ ଗତକାଲି ୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ବେଳେ ପ୍ରଶାସନର ଚେତା ପଶିଛି। ଏବେ ପ୍ରବଳ ଖରା ଜନଜୀବନକୁ କଲବଲ କରୁଥିବା ବେଳେ ପିକ୍ ଆୱାରରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଯିଏ ନିୟମ ଉଲ୍ଲଘଂନ କରିବ ତା’ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।ଅସ୍ୱାଭାବିକ ମୃତ୍ୟୁ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୧୬ Continue Reading