Home Articles posted by odadmin (Page 1002)
Odisha News
ଭୁବନେଶ୍ବର, ୧୯/୧: ଆସନ୍ତା ଫେବ୍ରୁଆରି ୫ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ଏହା ଫେବ୍ରୁଆରି ୧୩ ତାରିଖ ଯାଏ ଚାଲିବ। ଏଥିରେ କାମଚଳା ବଜେଟ ଆଗତ ହେବ ବୋଲି ଜଣାଯାଇଛି।ଫେବ୍ରୁଆରି ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିବେ। ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଫେବ୍ରୁଆରି ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ। ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି, ତେଣୁ ତାପୂର୍ବରୁ କାମଚଳା ବଜେଟ ଆଗତ କରିବେ ସରକାର।Continue Reading
Odisha News
ପୁରୀ, ୧୯/୧: ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ କୁଆଡ଼େ ଯିବ ଓ କ’ଣ ହେବ ସେନେଇ ଅନ୍ତୋଷ ପ୍ରକାଶ ପାଇଥିଲା। ଏହି ସମୟରେ ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଗଣମାଧ୍ୟମ ଆଗରେ କହିଛନ୍ତି। ଉଠିଥିବା ଅସନ୍ତୋଷକୁ ଚାପିବା ପାଇଁ ସୁଆର ମହାସୁଆର ନିଯୋଗ ସମ୍ପାଦକ ଏପରି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି।ସେ କହିଛନ୍ତି, ଅର୍ପଣରଥରୁ ସଂଗୃହୀତ ଗୁଆ, ଚାଉଳ କୋଇଲି […]Continue Reading
Odisha News
ସୁନ୍ଦରଗଡ଼, ୧୯/୧: ଆୟକର ଠକେଇ ଅଭିଯୋଗରେ ଜଣାଶୁଣା କୋଇଲା ବ୍ୟବସାୟୀ ଶିଳ୍ପପତି ଘନଶ୍ୟାମ ଡାଲମିଆ ଓରଫ ବଣ୍ଟି ଡାଲମିଆଙ୍କ ୧୦ଟି ଠିକଣାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି।ଆଜି ଦ୍ବିତୀୟ ଦିନରେ ବି ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ଅଧିକାରୀ ଯାଞ୍ଚ ଚଳାଇଥିବାବେଳେ ଟିମ୍ ହାତରେ ବହୁ ମୂଲ୍ୟବାନ ଦସ୍ତାବିଜ ଓ ନଗଦ ଟଙ୍କା ଲାଗିଥିବା କୁହାଯାଉଛି। ଆୟକର ବିଭାଗର ଏହା ବଡ଼ ଧରଣର ଚଢ଼ାଉ ହୋଇଥିବାବେଳେ ବଣ୍ଟିଙ୍କ ବିପୁଳ ଆୟକର Continue Reading
Odisha News
ନୂଆଦିଲ୍ଲୀ, ୧୯/୧: ପ୍ରଭୁ ଶ୍ରୀରାମଙ୍କ ଉପରେ ଏକ ଓଡ଼ିଆ ଭଜନ ‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ପୋଷ୍ଟ୍ କରିଛନ୍ତି। ଏହି ଭଜନକୁ ସରୋଜ ରଥ ରଚନା କରିଥିବାବେଳେ ନମିତା ଅଗ୍ରୱାଲ ଗାଇଛନ୍ତି।ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତର ପ୍ରତ୍ୟେକ ପ୍ରାନ୍ତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ରହିଛି। ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣମାନଙ୍କୁ ତାଙ୍କ ପ୍ରତି ସମର୍ପିତ ଅନେକ ଭଜନ ଦେଖିବାକୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୯/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ବୁଲା ଗାଈ ଗୋରୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ବାଲିଗୁଡା ସହର ପ୍ରତିଦିନ ଜନଗହଳି ପୂର୍ଣ୍ଣ ରହୁଥିବା ବେଳେ ବୁଲା ଗାଈ ଗୋରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିଲେ । କେବଳ ବଜାର କାହିଁକି ଟାଉନର ପେଟ୍ରୋଲ ଟାଙ୍କି ଠାରୁ ଆରମ୍ଭ କରି ହନୁମାନ ମନ୍ଦିର ,ମିନି ଷ୍ଟାଡିୟମ ,ବୁଡାଗୁଡା ଛକ ,ବସଷ୍ଟାଣ୍ଡ […]Continue Reading