Odisha News

ଦେ ସାହାରା

ରାଈରଞ୍ଜନ

ନିର୍ମଳ ସ୍ୱଭାବେ ପାଦ ଥାପିଛି ଅଶିଣ
ଦର୍ଶାଏ ପରସିବାକୁ ପୁଣ ପୁଣ ପୁଣ
କାଶତଣ୍ଡି ଶୁଭ୍ର ବସ୍ତ୍ରେ ଶୋଭା ପାଏ ଧରା
ଉଦ୍ଦିପ୍ତ ଜ୍ୟୋତ୍ସ୍ନାରେ ମାଆ ବିଜେ ହେବେ ପରା

ଯାହାଙ୍କ ଆଗମେ ତୃପ୍ତ ହୁଅଇ ଜୀବନ
ଯାହାଙ୍କ ଦର୍ଶ ସଞ୍ଚାରେ ମୃତକେ ପରାଣ
ଯାହାଙ୍କ ନିମନ୍ତେ ଏହି ନବରାତ୍ର ପୂଜା
ସେହି କୃପାମୟୀ ମାତା ଦେବୀ ଦଶଭୁଜା

ଦଶଦୋଷରେ ବିଜୟୀ ବିଜୟା ଦଶମୀ
ଦୈବୀଶକ୍ତି , ଭକ୍ତିରେ ତୁଷ୍ଟ ଏ ପୁଣ୍ୟ ଭୂମି
ଆବାହମାନ , ପୁରାଣ କାଳୁ ଅଦ୍ୟାବଧି
ଅବିରାମ ପାଳନ୍ତି ଭକ୍ତ ଏ ମହାବିଧି

ମୁଁ ବି ମାଆ ..! ଅକିଞ୍ଚନ ଭୃତ୍ୟଟିଏ ତୋ’ର
ନୈବେଦ୍ୟ ବାଢ଼େ ପଖାଳି ତୋ’ ବେନି ପୟର

Related Posts