Odisha News

AICCTUଓ ଆଶା ଦକ୍ଷିଣ ଓଡିଶା ପାଚିକା ମହାସଂଘ ତରଫରୁ ଭାରତ ବନ୍ଦ ପାଳନ

ଚନ୍ଦ୍ରଭାନୁ ସିଂ ଙ୍କ ରିପୋର୍ଟ
ରାୟଗଡା, ୨୯/ ୩/ AICCTUଓ ଆଶା ଦକ୍ଷିଣ ଓଡିଶା ପାଚିକା ମହା ସଂଘ ଓ ଅନ୍ୟାନ୍ୟ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାର ଆହ୍ବାନ କ୍ରମେ ଅଖିଳ ଭାରତ ଗ୍ରାମିଣକ୍ଷେତ ମଜଦୁର ସଭା (AIARLA) ଆଦିବାସୀ ସଂଘର୍ଷ ମୋର୍ଚା (A S M) C P I (ML) ଲିବ୍ରେସନ୍ ଓ ଅଖିଲ ଭାରତ କୃଷକ ମହାସଭା (A IK M) ତରଫରୁ ଏହି ଭାରତ ବନ୍ଦକୁ ସମର୍ଥନ କରି ଗୁଣପୁର ଝ ଚ ଗୁଡା ଛକ ଠାରେ- ଭାରତ ବନ୍ଦ ପାଳନ କରାଯାଇଥିଲା।
ତତ୍ ସଙ୍ଗେ ଗୁଣପୁର ଠାରୁ ପରଳକ୍ଷଖେମୁଣ୍ଡି ଯିବାମୁଖ୍ୟ ରାସ୍ତାରେ ଥିବା ନାଗଭୂଷଣ ପଟ୍ଟନୟକଙ୍କ ପ୍ରତିମୂର୍ତ୍ତି ଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା ଏହା ପରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଏକ ସାଧାରଣ ସଭାବି ଅନୁଷ୍ଠିତ କରାଯାଇଥିଲା।
ଏହି ଦୁଇଦିନ ଧରି ଚାଲିବାକୁ ଥିବା ବନ୍ଦ ଡାକରାରେ, AICCTU- ଆଶା- ଅଙ୍ଗନବାଡି – ପାଚିକା ଓ ସହାୟକ ମହାସଗଂ-ଗୁଣପୁର ମୋଟର କର୍ମଚାରୀ ଓ ମିଳିତ ଶ୍ରମିକ ମାନଙ୍କ ତରଫରୁ ୧୨ ଦଫା ଦାବି ନେଇ ଦେଶ ବ୍ୟାପି ଧର୍ମଘଟ ଓ ହର୍ତାଲ୍ କୁ ସମର୍ଥନ କରିବା ସହ ଦାବୀ ଉପସ୍ଥାପନ କରାଯାଇଛି ଯଥା ୧ – ସମସ୍ତ ଶ୍ରମିକ ଯଥା ପାଚିକା ଓ ସହାୟକ – ଆଶା – ଅଙ୍ଗନବାଡି କର୍ମୀ ମାନଙ୍କୁ ରେଗୁଲାର କରିବା ସହ ମାସିକ ୨୧ ହଜାର ଟଙ୍କା ପ୍ରଦାନ କରାଯାଉ।
୨ – ୪ ଟି ଶ୍ରମ ଆଇନ ବାତିଲ୍ କରାଯାଉ।
୩ – ରାଷ୍ଟୀୟ ସମ୍ପତ୍ତି କୁ ଘରୋଇ କରଣ କରିବା ବନ୍ଦ କରାଯାଉ।
୪ – ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ରେ ଦୈନିକ ମୂଜୁରୀ ୬୦୦ ଟଙ୍କା ପ୍ରଦାନ କରାଯାଉ।
୫ – ସହର ମଧ୍ୟରେ ଥିବା ଶ୍ରମିକ ମାନଙ୍କୁ ମନରେଗା କାମରେ ସାମିଲ କରାଯାଉ ଏବଂ ଅନ୍ୟାନ୍ୟ ୧୨ ଦାବି କରାଯାଇଥିଲା।

Related Posts