Odisha News

ଗଜପତି: କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୮: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ଵାରା ଏକ ମାମଲାରେ ବିଚାରଧୀନ ଜଣେ ନାବାଳକ ଦଣ୍ଡିତ ହୋଇଥିବା ଜଣାଯାଇଛି ।
ଆଜି କିଶୋର ନ୍ୟାୟ ପରିଷଦ ଗଜପତି , ଜଣେ ବିଚାରଧୀନ ନାବାଳକକୁ ଏକ ହତ୍ୟା ମାମଲାର ବିଚାର କରି ପରିଷଦର ପ୍ରିନିସିପାଲ ମାଜିଷ୍ଟ୍ରେଟ ଶ୍ରୀ ସତ୍ୟବ୍ରତ ରଣା ଏବଂ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୨ବର୍ଷ ୩ ମାସ ଦୋଷ ଦଣ୍ଡ ସାବ୍ୟସ୍ତ କରିଛନ୍ତି ।
ନାବାଳକର ଚରିତ୍ରରେ ସୁଧାର ଆଣିବା ପାଇଁ ତାର ପାଠପଢା ଓ ଦକ୍ଷତା ବିକାଶ ପାଇଁ ତାକୁ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ଆବାସରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ରାୟଗଡା ଥାନା କେଶ ନଂ ୫୪/-୧୩/୬/୨୧ ଟ/ଝ ୩୦୨/୩୪ ଭାରତୀୟ ପିଙ୍ଗଳ କୋଡ଼ ଦଫା ଅନୁସାରେ ମକଦ୍ଦମା ଚାଲିଥିଲା ।
ଉକ୍ତ ମକଦ୍ଦମାଟିକୁ ସରକାରୀ ଓକିଲ ଶ୍ରୀ ପାଣ୍ଟାଲା ପ୍ରସାଦ ରାଓ ଏବଂ ନାବାଳକ ତରଫରୁ ଶ୍ରୀ ରଜତ କୁମାର ପାତ୍ର ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.