Odisha News

ବିଧାନସଭାରେ କୃଷିମନ୍ତ୍ରୀଙ୍କ ସୂଚନା, କହିଲେ ଖୁବଶୀଘ୍ର ଦୂର ହେବ ଶୀତଳ ଭଣ୍ଡାର ସମସ୍ୟା

ଭୁବନେଶ୍ବର,୨୯/୩: ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି, ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ଟି ସଚଳ ରହିଛି। ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ, କାରଣ ଅଚଳକୁ ସଚଳ କରିବା ବ୍ୟୟବହୁଳ। ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇ ପାରିବ।
ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ରାଜ୍ୟରେ ୧୦୦୦ଟି ଶୀତଳୀକରଣ ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଏହା ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ। ଏହା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଚାଲିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
କୃଷି ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ସରକାର ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦେବେ। ଯେଉଁଥିରେ ଚାଷୀମାନେ ସେମାନଙ୍କ ଅମଳ ପନିପରିବା କିଛି ଦିନ ପର‌୍ୟ୍ୟନ୍ତ ରଖି ପାରିବେ। ଏହାକୁ ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ।

Related Posts

Seo wordpress plugin by www.seowizard.org.