Top Stories

ଗଜପତି: ମା’ ଫୁଲ ସୁନ୍ଦରୀ ପନ୍ଦରା ସମାଜର ଜିଲ୍ଲାସ୍ତରୀୟ ୧୦ ମ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୨: ପାରଳାଖେମୁଣ୍ଡି ସ୍ଥିତ ଆରଏମସି: ପ୍ରାଙ୍ଗଣ ଠାରେ ମା” ଫୁଲ ସୁନ୍ଦରୀ ପନ୍ଦରା ସମାଜର ୧୦ମ ବାର୍ଷିକ ସମ୍ମିଳନୀ, ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି ।
ପନ୍ଦରା ସମାଜର ଗଜପତି ଜିଲ୍ଲା ସଭାପତି ଶ୍ରୀ ଜାନକୀ ଚରଣ ବେହେରା ଅନୁଷ୍ଠିତ ସମ୍ମିଳନୀର ସଭା କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପନ୍ଦରା ସମାଜ ଗଠନର ଆବଶ୍ୟକତା , ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
ସେହିଭଳି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପନ୍ଦରା ସମାଜ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପ୍ରତି ଭୂୟସୀ ପ୍ରଶଂସା କରି ପନ୍ଦରା କୂଳ ସମାଜ ପାଇଁ ଏକ କର୍ପୋରେଟ ସୋସାଇଟି ଗଠନ କରିବା ସହ ରେଜିଷ୍ଟ୍ରେସନ୍ କରି କେନ୍ଦ୍ରୀୟ ପେକସ ସହିତ ସଂଯୋଗ ହେଲେ ଭବିଷ୍ୟତରେ ସମାଜର ଉନ୍ନତି ହୋଇପାରିବ । ଅନ୍ୟପକ୍ଷରେ ସମାଜର ଯୁବପିଢି ପଥଭ୍ରଷ୍ଟ ନ ହୋଇ ସମାଜର ଉନ୍ନତି କରିବା ସହ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ପରାମର୍ଶ ଦେଇଥିଲେ । ।
ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତିକରଣର ବିଭିନ୍ନ ଦିଗ ଉପରେ କହି ମହିଳା ମାନେ ସ୍ଵୟଂ ସହାୟିକା ଦଳରେ ସାମିଲ ହୋଇ ନିଜକୁ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା ପନ୍ଦରା ସମାଜର ରାଜ୍ୟ ସଭାପତି ଶ୍ରୀ ଅମର ଚନ୍ଦ୍ର ବେହେରା , ଜିଲ୍ଲା ସମାଜ\’ର ଉପଦେଷ୍ଟା ଶ୍ରୀ ବିଜୟ କୁମାର ଲେଙ୍କା , ୩ ନଂ ୱାର୍ଡ କାଉନସିଲର ଶ୍ରୀ ବାବୁନା ବେହେରା ଏବଂ ୪ନଂ ୱାର୍ଡ କାଉନସିଲର ଶ୍ରୀ ବାଳକୃଷ୍ଣ ପାତ୍ର ପ୍ରମୁଖ ଯୋଗଦେଇ ପନ୍ଦରା ସମାଜର ଉନ୍ନତି ସହ ଶିକ୍ଷାର ବିକାଶ , ଆର୍ଥିକ ଓ ସାମାଜିକ କୁସଂସ୍କାର ଦୂରୀକରଣ , ବ୍ୟବସାୟିକ ବୃଦ୍ଧି , ନିଶା ନିବାରଣ , ବାଲ୍ୟ ବିବାହ ଉଚ୍ଛେଦ , ସାଂଗଠାନିକ ସୁଦୃଢ଼ , ପରିବେଶ ସୁରକ୍ଷା ଓ ନାରୀ ଶିକ୍ଷାର ପ୍ରସାର ଏଭଳି ପ୍ରଭୃତି ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ଶିକ୍ଷା କଳା ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ପାରିଦର୍ଷିତା ଲାଭ କରିଥିବା ୧୩ ଜଣ\’ଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଏଥି ସହିତ କାର୍ଯ୍ୟକ୍ରମ ଅବସରରେ ପନ୍ଦରା କୂଳ ସମାଜ ପକ୍ଷରୁ ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ ଏବଂ ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କୁ ୫ ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ପନ୍ଦରା କୂଳ ସମାଜର ଜିଲ୍ଲା ଉପସଭାପତି ଶ୍ରୀ ସୋମନାଥ ହଳଧର ସମ୍ମିଳନୀର ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ସହ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପନ୍ଦରା କୂଳ ସମାଜର ୧୩ ଟି ମଣ୍ଡଳର ଶତାଧିକ ସଂଖ୍ୟାରେ ମହିଳା ପୁରୁଷ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ବେହେରା , ପୂର୍ଣ୍ଣଚନ୍ଦ୍ର ହଳଧର , କୁନାବାବୁ ହଳଧର , ସାବିତ୍ରୀ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.