Odisha News

ନୟାଗଡ଼ : ପୁଣି ଖଟିଆରେ ବୁହା ହେଲେ ରୋଗୀ , ପଦାରେ ପଡିଲା ବିକାଶର ନଗ୍ନ ଚିତ୍ର ଓ ଭାଷଣ ସର୍ବସ୍ବ ଜନପ୍ରତିନିଧିଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ

ନୟାଗଡ଼,୨୦/୧: ପୁଣି ଖଟିଆରେ ବୁହା ହେଲେ ରୋଗୀ । ବିକାଶର ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକରେ । ବ୍ଲକର ଅପହଞ୍ଚ ଇଲାକା ଚଡେୟାପଲ୍ଲୀ ପଞ୍ଚାୟତର ବୁଲୁଙ୍ଗୁ ଗାଁ । ବୁଲୁଙ୍ଗୁ ଗାଁର ସୈଇଁତ୍ରି କହଁର ନାମକ ଜଣେଙ୍କର ଗୁରୁବାର ଦିନ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା ।
ରୋଗୀ ଆଣିବାକୁ ଆମ୍ବୁଲାନ୍ସ ଯାଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଆମ୍ବୁଲାନ୍ସ ଅଟକି ରହିଥିଲା । ରୋଗୀଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ଦୋଳା କରି କାନ୍ଧେଇ କାନ୍ଧେଇ ପ୍ରାୟ ୨ କିଲୋମିଟରରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଁଚି ଥିଲେ ।
ପରେ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଦଶପଲ୍ଲା ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ।
ଫଳକ ପୋତା, ଫିତା କଟା,ମଶାରୀବଣ୍ଟାରେ ବିକାଶ ସର୍ବସ୍ବ ପାଲଟିଥିବା ବେଳେ ବାସ୍ତବରେ ଲୋକମାନେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି । ଯାହାର ଦୟନୀୟ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି । ବିକାଶର କଥା କହି ଲୋକଙ୍କୁ ଭୁଆଁ ବୁଲାଉ ଥିବା ଜନପ୍ରତିନଧି ଓ ସରକାର କେବେ ଲୋକଙ୍କ ସମସ୍ୟା ବୁଝିବେ ତାହାକୁ ସଭିଙ୍କ ଅପେକ୍ଷା ।

Related Posts

Seo wordpress plugin by www.seowizard.org.