Odisha News

ଭୋପାଳ: ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେଲା ପ୍ରଶିକ୍ଷଣ ବିମାନ; ପାଇଲଟ୍ ମୃତ

ଭୋପାଳ,୬/୧: ପୁଣି ଏକ ପ୍ଲେନ୍ କ୍ରାଶ କରି ଜଣେ ପାଇଲଟଙ୍କ ମୃତ୍ୟୁ। ମଧ୍ୟପ୍ରଦେଶରେ ଶୁକ୍ରବାର ଏକ ପ୍ଲେନ୍ ମନ୍ଦିର ସହ ଧକ୍କା ହେବାରୁ ଏହାର ପାଇଲଟଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣା ଚୋରହାଟାରେ ଘଟିଛି। ଦୁର୍ଘଟଣା ପରେ ପାଇଲଟ ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିମାନଟି ଏକ ପାଇଲଟ୍ ଟ୍ରେନିଂ କମ୍ପାନୀର ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଚାଲିଛି।

Related Posts

Seo wordpress plugin by www.seowizard.org.