Odisha News

ହୀରାବା ଅସୁସ୍ଥ: ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝି ଫେରିଗଲେ ମୋଦୀ, ଡାକ୍ତର କହିଲେ- ସୁସ୍ଥ ଅଛନ୍ତି

ନୂଆଦିଲ୍ଲୀ,୨୮/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ପରେ ତାଙ୍କୁ ବୁଧବାର ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ମାଙ୍କୁ ଅହମ୍ମଦାବାଦରେ ଭେଟିଛନ୍ତି। ଏଥି ସହ ୟୁଏନ ମେହେଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏକ ବିବୃତ୍ତି ଜାରି କରାଯାଇଛି। ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୯ ବର୍ଷୀୟ ମାଆ ହୀରାବେନ୍ ଆଜି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଚଳିତ ମାସ ପ୍ରାରମ୍ଭରେ ଗୁଜରାଟ ବିଧାନସଭାର ଦ୍ୱିତୀୟ ତଥା ଚୂଡ଼ାନ୍ତ ପର‌୍ୟ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମାଆଙ୍କୁ ଭେଟିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର‌୍ୟ୍ୟାୟରେ ମଧ୍ୟ ହୀରାବେନ୍ ଭୋଟ୍ ଦେଇଥିଲେ।
୧୯୨୩ ମସିହା ଜୁନ୍ ୧୮ରେ ଜନ୍ମିତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍ ଜୀବନର ଶହେ ବର୍ଷରେ ଉପନୀତା ହୋଇଛନ୍ତି। ଏହିପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦିଙ୍କ ମାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଏକ ଇମୋସନାଲ ଟ୍ୱିଟ୍ କରିଛନ୍ତି । ରାହୁଲ ଲେଖିଛନ୍ତି, ’ମା ଏବଂ ପୁଅ ମଧ୍ୟରେ ପ୍ରେମ ଅନନ୍ତ ଏବଂ ଅମୂଲ୍ୟ ଅଟେ। ଏହି କଠିନ ସମୟରେ ମୋଦି ଜୀ, ମୋର ପ୍ରେମ ଏବଂ ସମର୍ଥନ ଆପଣଙ୍କ ସହିତ ଅଛି। ମୁଁ ଆଶା କରେ ଆପଣଙ୍କ ମା ଶୀଘ୍ର ଭଲ ହୋଇଯିବେ। ରାହୁଲଙ୍କ ଟ୍ୱିଟ୍ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Related Posts

Seo wordpress plugin by www.seowizard.org.