Odisha News

ନୂଆଗାଁ : କଇଁ ନାଏକଙ୍କ ଦୁଃଖ କିଏ ଶୁଣିବ,ଠିକାଦାରୀ ରେ ମାତିଛନ୍ତି ସ୍ଥାନୀୟ ଜନପ୍ରତିନିଧି

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ,୪/୧୨: ନୂଆଗାଁ-ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ପ୍ରତେକ ପଞ୍ଚାୟତ ରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ ଅଛନ୍ତି ଗାଁ କୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝିବା ସହ ପଲ୍ଲିସଭା ମାଧ୍ୟମ ରେ ଲୋକ ଙ୍କ ମତ ଉପସ୍ଥାପନା କରନ୍ତି । ପୁଣି ସ୍ଥାନୀୟ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟା ନିର୍ବାଚନ ସମୟ ରେ ମିଠା ମିଠା କଥା କହି ଭୋଟ ହାତେଇବା କୁ ବିଭିନ୍ନ ତାରିକା ଦେଖେଇ ଥାନ୍ତି କିନ୍ତୁ ଜିତିଗଲା ପରେ ଅସହାୟ ଗରିବ ଲୋକ ଙ୍କ ସମସ୍ୟା ବୁଝିବା ତ ଦୂରର କଥା ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଦେଖା କରିବାକୁ ସମୟ ନାହିଁ ।
ଅନ୍ୟ ପଟେ ଏବେ ଜନପ୍ରତିନିଧି ମାନେ ଠିକାଦାରୀ ରେ ମାତିଯାଇଛନ୍ତି ।
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ବେଗୁନିଆସାହି ଗ୍ରାମରେ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଜାରିପାଲ ତଳେ ରହୁଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ଗ୍ରାମପଞ୍ଚାୟତ ବେଗୁନିଆସାହି ଗ୍ରାମରେ କଇଁ ନାଏକ ରୁହନ୍ତି।
ପରିବାର କହିଲେ ସ୍ୱାମୀ ପଳଉ ନାଏକ ଦିନ ମଜୁରିଆ ଏବଂ ପୁଅ ୧୨ବର୍ଷ ର । ଦୁଃଖ କେବେ ତାଙ୍କ ପିଛା ଛାଡିବା ନାଁ ଧରୁନି। । ଯଦିଓ ଆଗରୁ ମୂଲ ଲାଗି ଚଳୁଥିଲେ ବର୍ତମାନ ସେତିକ ମଧ୍ୟ ନାହିଁ। ରୋଜଗାର କହିଲେ ଟଙ୍କାଟିଏ ବି ନାହିଁ। ଏଭଳି ପରିସ୍ଥିତିରେ ତାଙ୍କର ଆଜି ପର୍ଯ୍ୟନ୍ତ ଭତା ପାଇପାରୁନାହାଁନ୍ତି କି ପଞ୍ଚାୟତ ତରଫରୁ କୌଣସି ସରକାରୀ ସହାୟତା ପାଉନାହାନ୍ତି । ତେବେ ସବୁଠାରୁ ବଡ ଦୁଃଖ ହେଲା କି ଚଳିବା ପାଇଁ ଘର ଖଣ୍ଡେ ନଥିବା କାରଣରୁ ସେ ବାଧ୍ୟ ହୋଇ ଏକ ଜାରିପାଲ ଘରର ଆଶ୍ରୟ ନେଇଛନ୍ତି। ଅଯୋଗ୍ୟ ବ୍ୟକ୍ତିମାନେ ଆବାସ ଯୋଜନାରେ ଘର ହାତେଇଥିବା ବେଳେ ଆଜି ପର୍ଯ୍ୟନ୍ତ କଇଁ ଙ୍କ ଭଳି ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଙ୍କୁ ତାହା ମିଳିନପାରିବା ସମସ୍ତଙ୍କୁ ଦୁଃଖିତ କରିଛି।
ଏଭଳି କି ସରକାରଙ୍କ ପକ୍ଷରୁ ମିଳୁଥିବା ଚାଉଳ, ଗହମ, କିରୋସିନ ବି ତାଙ୍କ ପାଖରେ ପହଂଚି ପାରିନାହିଁ। ବିଭିନ୍ନ ସମୟରେ ଅଧିକାରୀମାନେ ଏହି ଗ୍ରାମକୁ ଆବାସ ଯୋଜନାରେ ଘର ପାଇବାକୁ ଥିବା ହିତାଧିକାରୀଙ୍କୁ ଯୋଗ୍ୟ କିମ୍ବା ଅଯୋଗ୍ୟ ବୋଲି ଚିହ୍ନଟ କରିବାକୁ ଯାଉଥିଲେ ସୁଦ୍ଧା କେହି କଇଁ ଙ୍କୁ ଆଡ ଆଖିରେ ବି ଦେଖନ୍ତି ନାହିଁ ।
କଇଁ ଙ୍କର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ କେତେବେଳେ କେମିତି ନିଜ ସକ୍ଷମ ଅନୁଯାୟୀ ସାହାର୍ଯ୍ୟ କରୁଥିବା ବେଳେ ସେ ସେହି ଟଙ୍କାରେ ଚଳୁ ଥିବା କହିଛନ୍ତି କଇଁ । ତେବେ ଏ ନେଇ ପଞ୍ଚାୟତ ଅଧିକାରୀ ଙ୍କୁ ଫୋନ କଲେ ଜାଣିଶୁଣି ଫୋନ ଉଠାଉନାହାନ୍ତି ।
ଅନ୍ୟ ପଟେ ସ୍ଥାନୀୟ ସରପଞ୍ଚ କହିଛନ୍ତି ପଞ୍ଚାୟତ ଅଧିକାରୀ ଙ୍କୁ ରାସନ ଦେବା ପାଇଁ ନିର୍ଦେଶ ଦିଆଯାଇଛି ହେଲେ ଏନେଇ କେବେ କଇଁ ଙ୍କ ପାଖରେ ଆବାସ ଯୋଜନାରେ ଘର, ଭତା, ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା।

Related Posts

Seo wordpress plugin by www.seowizard.org.