Odisha News

ବାଇକ୍-ସ୍କୁଟି ମୁହାଁମହିଁ ଧକ୍କା, ୨ ଶିକ୍ଷୟତ୍ରୀ ମୃତ

ବାଲିଗୁଡ଼ା,୨୬/୧୧: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିଲୁଙ୍ଗିଆ ନିକଟ ବୁଲାଣି ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।
ମୃତକମାନେ ହେଲେ ଲିଙ୍ଗାଗଡ କନ୍ୟାଶ୍ରମ ସ୍କୁଲର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ(୩୪)ବର୍ଷ ଓ ସେହି ସ୍କୁଲର କିରାଣି ବିମଳା ପ୍ରଧାନ (୪୭) ବର୍ଷ। ଆହତ ବାଇକ୍ ଆରୋହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ପ୍ରଦିପ୍ତା ଓ ବିମଳା ଏକ ସ୍କୁଟିରେ ସ୍କୁଲ ଯାଉଥିଲେ। ନିଲୁଙ୍ଗିଆ ନିକଟ ବୁଲାଣି ରାସ୍ତାରେ ଏକ ବାଇକ୍ ସହ ସେମାନଙ୍କ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଦିପ୍ତା ଓ ବିମଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବାଇକ୍ ଆରୋହୀଙ୍କୁ ଉଦ୍ଧାର କାରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସ୍କୁଟି ଓ ବାଇକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। ପ୍ରଦିପ୍ତା ଓ ବିମାଳଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି।

Related Posts

Seo wordpress plugin by www.seowizard.org.