Odisha News

ବାଲିଗୁଡା : ଝୁଲା ବ୍ରିଜର ସୁରକ୍ଷା ନେଇ ପ୍ରଶାସନ ତପ୍ତର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବୁଡୃକିଆ ପଞ୍ଚାୟତ ଓ କୁଟିକିଆ ପଞ୍ଚାୟତକୁ ଯାତାୟତ କରିବା ପାଇଁ ଚିରସ୍ରୋତା ଖଡଗ ନଦୀ ପଡେ ସେହି ନଦୀ ଉପରେ ଆଦିବାସୀ ଉନ୍ନୟନ ବିଭାଗ ବାଲିଗୁଡା ପକ୍ଷରୁ ଏକ ଝୁଲ୍ଲାବ୍ରିଜ୍ ୨୦୧୧ ମସିହାରେ ନିର୍ମାଣ କରାଯାଇ ଉଭୟ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ବାଲିଗୁଡାକୁ ଯାତାୟାତ କରିବା ପାଇଁ ସୁବିଧା କରାଯାଇଥିଲା।
ଦିର୍ଘ ଦିନ ହେବ ତାର ରକ୍ଷଣା ବେକ୍ଷଣ ଅଭାବରୁ କିଛି ତୃଟି ସହ ବ୍ୟବହାର କରାଯାଇଥିବା ଉପକରଣ ନଷ୍ଟ ଓ ଖୋଲିକି ନେଇଯିବା ଓ ଯାତାୟତ ବେଳେ କୌଣସି କାରଣରୁ ଖସି ପଡିବ, ସେ ନେଇ ଝୁଲା ବ୍ରିଜ ଅସୁରକ୍ଷିତ ଥିବା ଆଶଙ୍କା କରି ଆଜି ଝୁଲ୍ଲା ବ୍ରିଜ୍ ର ତଦାରଖ ଓ ସୁରକ୍ଷାନେଇ କଲିକତା ଗାର୍ଡ୍ରେନ୍ ବ୍ରିଜ୍ ର ଦୁଇଜଣିଆ ଟେକନିସିଆନ ଟିମ୍ ସହ ଆଇ,ଟି,ଡି,ଏ ପ୍ରକଳ୍ପ ଅଧିକାରୀ,କନିଷ୍ଠ ଯନ୍ତ୍ରୀ ଝୁଲା ବ୍ରିଜରେ ପହଂଚି ବ୍ରିଜ୍ ର ସୁରକ୍ଷା ନେଇ ତଦାରଖ କରିବା ସହ ବ୍ୟବହାରିକ ଉପକରଣ ଉପରେ ତନଖିକରି ଯାଇଥିବା ଦେଖିବାକୁ ମିଳିଛି।
ଆଜି ଗୁରୁବାର ଠାରୁ ଉକ୍ତ ବ୍ରିଜ ପୁରା ସୁରକ୍ଷିତ ନଥିବାରୁ ଭାରିଯାନ ଯାତାୟାତ ଉପରେ ରୋକ ଲଗାଇବା ସହ ବାଇକ୍ ଭଳି ଯାନ ଯିବା ଆସିବା ନେଇ ବ୍ୟବସ୍ଥା କରାଯିବା ସହ ଯେତେଶିଘ୍ର ଏହା ମରାମତି କରାଯିବ ସେନେଇ ବିଭାଗ ତପ୍ତର ଥିବା ନେଇ ପ୍ରକଳ୍ପ ଅଧିକାରୀ ମଧୂସୁଦନ ବେହେରା ପ୍ରକାଶ କରିଛନ୍ତି।
ଲିଗୁଡ଼ା ସହରରେ ତିନି ଦିନ ହେଲା ବନ୍ଦ ରହିଛି ଜଳ ଯୋଗାଣ : ବିଭାଗୀୟ ଅଧିକାରୀଙ୍କ ନିଘା ନାହିଁ, ଲୋକେ ହନ୍ତସନ୍ତ
ବାଲିଗୁଡ଼ା,୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି। ସହର ପାଇଁ ଏ ସମସ୍ୟା ନୁଆ ନୁହେଁ। ଖରା, ବର୍ଷା, ଶୀତ ସବୁବେଳେ ସମାନ ପରିସ୍ଥିତି।
ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ କର୍ମଚାରୀ ମାନଙ୍କୁ ସମସ୍ୟା ବାବଦରେ ପଚାରିଲେ କିଛି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। କେତେବେଳେ ମୋଟର ପୋଡ଼ିଯାଇଛି ତ\’ ଆଉ କେତେବେଳେ ଟାଙ୍କିରେ ପାଣି ନାହିଁ ବୋଲି ଉତ୍ତର ମିଳୁଥିବା କହୁଛନ୍ତି ଅଞ୍ଚଳବାସୀ । ସରକାର ଗାଁ ଠୁ ସହର ସବୁ ଅଞ୍ଚଳରେ ଅଞ୍ଚଳବାସୀଙ୍କୁ ଘରକୁ ଘର ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ହେଲେ ସରକାରୀ ବାବୁ ମାନଙ୍କ ମନମାନି କାର‌୍ୟ୍ୟ କଳାପ ଏବଂ ଇଛାଶକ୍ତି ଅଭାବରୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହୁଛନ୍ତି ଜନସାଧାରଣ । ଏଭଳି ପରିସ୍ଥିତିରେ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବ କିଏ..? । ଆଜକୁ ତିନି ଦିନ ବିତିଲାଣି ସହରରେ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଟୋପେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ନିୟମିତ ଜଳଯୋଗାଣ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।

Related Posts

Seo wordpress plugin by www.seowizard.org.