Odisha News

ଭିଜିଲାନ୍ସ ଜାଲରେ ପଡ଼ିଲେ ସେକ୍ସନ ଅଫିସର ଯୁଗଳ ରାଉତ

ବଲାଙ୍ଗିର,୧୮/୧୧: ଭିଜିଲାନ୍ସ ଜାଲରେ ପଡ଼ିଗଲେ ସେକ୍ସନ ଅଫିସର। ଜମି ମ୍ୟୁଟେସନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବେଲପଡା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।ଗ୍ଦ ଭଚ୍ଚ
ଅର୍ଜୁନ ଶବର ନାମକ ଜଣେ ବ୍ୟକ୍ତିଙ୍କର ଜମି ମ୍ୟୁଟେସନ କରିବାର ଥିଲା। ଏଥିପାଇଁ ସେ ଯୁଗଳଙ୍କ ପାଖକୁ ଯାଇଥିଲେ। ଜମି ମ୍ୟୁଟେସନ ପାଇଁ ଯୁଗଳ ଅର୍ଜୁନଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ। ପାଟଣାଗଡ଼ ଟେକ୍ସି ଷ୍ଟାଣ୍ଡଠାରେ ନିକଟରେ ଏହି ଟଙ୍କା ଦେବାକୁ କହିଥିଲେ।
ଏନେଇ ଅର୍ଜୁନ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଟେକ୍ସି ଷ୍ଟାଣ୍ଡଠାରେ ଛପିକି ରହିଥିଲେ। ସେକ୍ସନ ଅଫିସର ଅର୍ଜୁନଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା।
ପରେ ତାଙ୍କୁ ଭିଜିଲାନ୍ସ କାର‌୍ୟ୍ୟାଳୟକୁ ନେଇ ପଚରାଉଚରା କରିବା ସହ ଗିରଫ କରିଥିଲା। ଏହାସହ ସେକ୍ସନ ଅଫିସରଙ୍କ ପାଟଣାଗଡ଼ ବଡପଡାଠାରେ ଥିବା ଘର ଏବଂ ବେଲପଡ଼ା ଅଫିସରେ ଛାନଭିନ ଜାରି ରଖିଛି ଭିଜିଲାନ୍ସ।

Related Posts

Seo wordpress plugin by www.seowizard.org.