Odisha News

ଆଜି ହେଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ : ୨ଟା ୩୯ମିନିଟ୍ ରେ ଗ୍ରହଣ ସ୍ପର୍ଶ

ଭୁବନେଶ୍ୱର, ୮/୧୧: ଆଜି ହେଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ିଛି ଗ୍ରହଣ। ଏହା ଭାରତକୁ ଦୃଶ୍ୟମାନ ହେବ ।
ଉତ୍ତରପୂର୍ବ ରାଜ୍ୟ ସମେତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ଓଡିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ । ଦିନ ୨ଟା ୩୯ମିନିଟ୍ ରେ ଗ୍ରହଣ ସ୍ପର୍ଶ ହେବ । ଚନ୍ଦ୍ରଗ୍ରହଣର ଅବଧି ରହିବ ୫ଘଣ୍ଟା ୫୪ମିନିଟ୍ । ୧ଘଣ୍ଟା ୨୫ମିନିଟ୍ ପାଇଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ।
ଭୁବନେଶ୍ବର ଆକାଶରେ ସଂଧ୍ୟା ୫ଟା ୫ମିନିଟ୍ ରେ ଚନ୍ଦ୍ର ଉଦୟ ସହ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ସଂଧ୍ୟା ୫ଟା ୧୧ ପର୍ଯ୍ୟନ୍ତ ପୂର୍ଣ୍ଣ ଗ୍ରହଣ ଦେଖାଯିବ ।
ଭୁବନେଶ୍ବର ଆକାଶରେ ୫ମିନିଟ ୪୯ସେକେଣ୍ଡ ପାଇଁ ପୂର୍ଣ୍ଣ ଗ୍ରହଣ ଦେଖାଯିବ । ତେବେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟା ୧୯ ଯାଏଁ ଦେଖାଯିବ । ଆଂଶିକ ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୧୦ ମିନିଟ୍ ପାଇଁ ଦେଖାଯିବ ।
ଚନ୍ଦ୍ରଗ୍ରହଣ ଓଡ଼ିଶାରେ ପୁଣି ଆସନ୍ତା ୨୦୨୫ ସେପ୍ଟେମ୍ବରରେ ହେବ । ତେବେ ଚନ୍ଦ୍ରଗ୍ରଣ ପାଇଁ ଭୋର ୫ଟା ୩୦ ମଧ୍ୟରେ ଦେବ ନୀତି ଶେଷ ହୋଇଛି ।
ଜ୍ୟୋତିର୍ବିଦଙ୍କ ଅନୁଯାୟୀ ଓଡ଼ିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯାଉଥିବାରୁ ଏହାର ପ୍ରଭାବ ୬ଟି ରାଶି ଉପରେ ବିଶେଷ ଭାବେ ପଡିବ । ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି ପାଇଁ ଶୁଭ ହୋଇଥିବା ବେଳେ ବୃଷ, ସିଂହ, କନ୍ୟା, ଧନୁ, ମକର ଓ ମୀନ ପାଇଁ ଅଶୁଭ ଫଳ ରହିଛି ।

Related Posts

Seo wordpress plugin by www.seowizard.org.