Odisha News

ପାଣି ପାଇଁ ରାସ୍ତାରୋକ ଆନ୍ଦୋଳନ, ବିନା ଘୋଷଣାରେ ୩ ଦିନ ହେଲା ନୟାଗଡ଼ ସହରରେ ପାନୀୟ ଜଳ ଯୋଗାଣ ବନ୍ଦ

ବିଶ୍ୱ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୧୧: ପାଣି ପାଇଁ ରାସ୍ତାରୋକ ଆନ୍ଦୋଳନ । ବିନା ଘୋଷଣାରେ ୩ ଦିନ ହେଲା ନୟାଗଡ଼ ସହରରେ ପାନୀୟ ଜଳ ଯୋଗାଣ ବନ୍ଦ । ,ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆଳରେ ଚଐଊ ପକ୍ଷରୁ ୩ ଦିନ ହେଲା ନୟାଗଡ଼ ମୁନିସିପାଲିଟିରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଚଐଊ ବିଭାଗ ଅବହେଳା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଏବଂ ମୁନିସିପାଲିଟିର ନବନର୍ବାଚିତ କାଉନସିଲର, ଭାଇସ ଚେୟାର ମ୍ୟାନ ମିଶି ଦକ୍ଷିଣ କାଳୀ ମନ୍ଦିର ଆଗରେ ଗରା ବାଲ୍ଟି ରଖି ରାସ୍ତାରୋକ ଆନ୍ଦୋଳନ କରି ପ୍ରତିବାଦ ଜଣାଇଛନ୍ତି । ୩ ଦିନ ହେଲା ନୟାଗଡ଼ ସହରରେ ପାନୀୟ ଜଳ ଯୋଗାଣ ବନ୍ଦ କରିବା ଚଐଊ ଜେଇ ଙ୍କର ଏହା ମନମୁଖୀ କାର୍ଯ୍ୟ । ବୋଲି ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ ଆଗରେ ଅଭିଯୋଗ କରିଛନ୍ତି ।
ମହାନଦୀରୁ ନୟାଗଡ଼କୁ ପାଇପ ଲାଇନ ଯୋଗେ ଯୋଗଣ ହେଉଥିବା ପାଣି ୩ ଦିନହେଲା ବନ୍ଦ ରହିଥିବାରୁ ରୋଷେଇ ଠାରୁ ଆରମ୍ଭ କରି ପିଇବା ଏବଂ ଗାଧେଇବା ପାଇଁ ସହର ବାସିନ୍ଦା ଛଟପଟ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ସେପଟେ ଘଟଣା ସ୍ଥଳରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର କୁମାର ନାୟକ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଚଐଊ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ଆଜି ସନ୍ଧ୍ୟାରୁ ହିଁ ନୟାଗଡ଼ ସହର ବାସୀଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହେବ । ଏହାଛଡା ଆସନ୍ତା କାଲିଠାରୁ ମହାନଦୀ ରୁ ନୟାଗଡ଼ ସହରକୁ ପାଇପ ଯୋଗେ ଯୋଗଣ ହେଉଥିବା ପାନୀୟ ଜଳରେ କୌଣସି ସମସ୍ୟା ରହିବ ନାହିଁ ।

Related Posts

Seo wordpress plugin by www.seowizard.org.