Odisha News

ପୁଣି ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର,୨୫/୧୦: ବେଶି ଦିନ ତିଷ୍ଠିଲା ନାହିଁ ହସଖୁସିର ସଂସାର। ମାତ୍ର ବର୍ଷକରେ ଛାରଖାର ହୋଇଗଲା। ଯେଉଁ ଘରକୁ ନିଜର ଭାବି ବର୍ଷେ ତଳେ ପାଦ ଦେଇଥିଲେ, ସେଠାରୁ ହିଁ ମିଳିଲା ନବବଧୂଙ୍କ ମୃତଦେହ। ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ଶାଶୁ ଘର ଲୋକେ କିନ୍ତୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି। ଏପରି ସାଂଘାତିକ ଘଟଣା ଗତକାଲି ରାଜଧାନୀରେ ଘଟିଛି।
ମୃତା ନବବଧୂଜଣକ ହେଲେ କଟକ ଜିଲ୍ଲା ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ । ସେ ଭୁବନେଶ୍ୱରର ନୂଆ ଗାଁ ଗୋବିନ୍ଦପୁରର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ। ଗତକାଲି ଆଲୋକର ପର୍ବ ଦୀପାବଳି ପାଳନ କରିବାରେ ସମସ୍ତେ ମସଗୁଲ ଥିବା ବେଳେ ହେଲେ ବାଆରାଣାର କନକ ବସ୍ତିଆଙ୍କ ପରିବାର ଉପରେ ପଡ଼ିଲା ଚଡ଼କ । ହଠାତ୍ ଫୋନ୍ରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ବର୍ଷେ ତଳେ ବାହା ଦେଇଥିବା ଝିଅ ଅଚେତ ହୋଇ ପଡ଼ିଥିବା ଖବର ପାଇ ପହଞ୍ଚିବା ବେଳକୁ ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଲେ।
ଅଭିଯୋଗ ମୁତାବକ ୨୦୨୧ ମସିହା ଜାନୁଆରୀ ୨୦ରେ ସୁଶ୍ରୀ ସଙ୍ଗୀତା ବସ୍ତିଆ ଗୋବିନ୍ଦପୁରର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ। ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ପ୍ରବୀଣ ମାଇନ୍ସରେ କାମ କରୁଥିବା ବିବାହ ପୂର୍ବରୁ ପୁଅ ଘର ପକ୍ଷରୁ କୁହାଯାଇଥିଲା। କିନ୍ତୁ ବିବାହ ପରେ ସେ ପାଣି ଫ୍ୟାକ୍ଟ୍ରି କରିଥିବା କୁହାଯାଇଥିଲା। ଏହାପରେ ମଧ୍ୟ ବେଶ ହସଖୁସିରେ ଗଡ଼ୁଥିଲା ଉଭଙ୍କ ସଂସାର। ସେମାନେ ଭୁବନେଶ୍ୱର କଳିଙ୍ଗ ନଗରରେ ଭଡା ଘରେ ରହୁଥିଲେ ।
ଗତକାଲି ସୁଶ୍ରୀ ସଙ୍ଗୀତାଙ୍କ ପରିବାରକୁ ପ୍ରବୀଣଙ୍କ ଘରକୁ ଏକ ଫୋନ୍ ଆସିଥିଲା। ତମ ଭଉଣୀ ଦେହ ଭଲ ନାହିଁ କହିଲେ ଶାଶୁଘର ଲୋକ । ଘର କବାଟ ବନ୍ଦ କରିଥିଲା ଝିଅ, ସେନ୍ସ ଆସୁନି ତମେ ଆସ ବୋଲି କହିଲେ । କିନ୍ତୁ ଶାଶୁ ଘର ଲୋକ ଝିଅର ମୃତଦେହ ରସିରୁ ନିଜେ ଫିଟାଇ ଏମ୍ସ ନେଇ ଆସିଥିଲେ ।
ଏପଟେ ବାପ ଘର ଲୋକେ ନିଆଳିରୁ ଆସି ପହଞ୍ଚିଥିବା ବେଳେ ମୃତା ମହିଳାଙ୍କ ଶାଶୁ ଶ୍ୱଶୁର କିନ୍ତୁ ହସ୍ପିଟାଲରେ ପହଞ୍ଚି ପାରି ନ ଥିବା ଦେଖିଥିଲେ। ତେଣୁ ଝିଅକୁ ମାରିଦେଇ ଘରୁ ସବୁ ପ୍ରମାଣ ନଷ୍ଟ କରିଛନ୍ତି ବୋଲି ମୃତ ସଂଗୀତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
ସେପଟେ କାଲି ରାତିରେ ପୁଲିସ ଆସିବା ପରଠୁ କେବଳ ଶାଶୁ ହସ୍ପିଟାଲରେ ଅଛନ୍ତି, କିନ୍ତୁ ଶ୍ୱଶୁର ଆଉ ଜ୍ୱାଇଁ ପୁଅ ନ ଥିବା କହିଛନ୍ତି ତାଙ୍କ ବାପ ଘର ଲୋକେ । ଏପରିକି ତେବେ ଝିଅକୁ ଚାକିରି କରି ପଇସା ଦେବାକୁ ବାଧ୍ୟ କରୁଥିଲେ ବୋଲି ମଧ୍ୟ ପରିବାର ଲୋକ କହିଛନ୍ତି ।
ଏନେଇ ମୃତା ମହିଳାଙ୍କ ମା’ କନକ ବସ୍ତିଆ କହିଛନ୍ତି, ମୋ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି । ଝିଅ ମରିବାର ୪ ଘଣ୍ଟା ପରେ ଆମକୁ ଖବର ଦେଲେ। ଆମେ ନିଆଳିରୁ ଆସି ପହଞ୍ଚିଲୁ, ହେଲେ ଭୁବନେଶ୍ୱରରେ ଥିବା ଶାଶୁ ଆସି ପହଞ୍ଚିପାରିଲେନି । ଏହି ସମୟରେ ସେ ସବୁ ପ୍ରମାଣ ନଷ୍ଟ କରି ଦେଇଛନ୍ତି।
ଏନେଇ ତାଙ୍କ ଶାଶୁ କହିଛନ୍ତି, କାଲି ରାତି ୧୦ଟାରେ ଏହି ଘଟଣା ଘଟିଛି। ସେ ଟିକେଟିକେ କଥାରେ ରୁଷେ । ଆମେ ତାକୁ ଝିଅ ପରି ଭଲ ପାଉ। ଗତକାଲି ରାତିରେ ନଣନ୍ଦ, ଭାଉଜ ଖାଉଥିବା ବେଳେ ସ୍ୱାମୀସ୍ତ୍ରୀ ଥଟ୍ଟାମଜା କରୁଥିଲେ। ଏହି ସମୟରେ ସେ ହଠାତ୍ ଦୌଡ଼ି ଯାଇ ଘର ଭିତର ପଟୁ ବନ୍ଦ କରି ଦେଇଥିଲା। ଏହାପରେ ତାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲୁ।

Related Posts

Seo wordpress plugin by www.seowizard.org.