Odisha News

ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ନବମ ଓ ଦଶମରେ ସାମିଲ୍ ହେବ ନୂଆ ପାଠ୍ୟକ୍ରମ

କଟକ,୧୭/୧୦: ନବମ ଓ ଦଶମ ଶ୍ରେଣୀ ପିଲାଏ ପଢ଼ିବେ ନୂଆ ବିଷୟ। ଏହି ନୂଆ ବିଷୟ ହେଉଛି ‘ଆସ୍ପିରେସନାଲ୍ କମ୍ପୋନେଣ୍ଟ’। ଏନେଇ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଚଳିତବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ଏହି ନୂଆ ବିଷୟ। ଆସନ୍ତା ବର୍ଷଠାରୁ ଉଭୟ ନବମ ଓ ଦଶମରେ ଲାଗୁ ହେବ।
ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ ରହିବ। ସେଗୁଡ଼ିକ ହେଉଛି- ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି ଓ ବେସିକ୍ ଆଇଟି ସ୍କିଲ୍। ପ୍ରତ୍ୟେକ ବିଭାଗ ପାଇଁ ୨୫ ଲେଖାଏଁ ମାର୍କ ରହିବ। ଏହିପରି ୪ଟି ବିଭାଗ ପାଇଁ ମୋଟ ୧୦୦ ମାର୍କ ରହିବ।
ବୁକ୍ ରିଭ୍ୟୁ: ପିଲାମାନେ ଗୋଟିଏ ବହି ପଢ଼ି ତା’ର ସମାରୀ ଲେଖିବେ। ପିଲାମାନେ ବେଷ୍ଟ ସେଲ୍ର ବହି, ଫିକ୍ସନ୍ ବହି, କ୍ଳାସିକ୍ ବହି ବା ସପ୍ତମ ଓ ଅଷ୍ଟମ ଶ୍ରେଣୀର କୌଣସି ବହିକୁ ପଢ଼ି ତାହାର ସମାରୀ ଲେଖିବେ। ପିଲାମାନଙ୍କୁ ଶିକ୍ଷକମାନେ ଗାଇଡ଼୍ କରିବେ। କିନ୍ତୁ ଗ୍ରାଫିକ୍ସ ନୋଭେଲ୍ ବା ଗ୍ରାଫିକ୍ସ ଫିକ୍ସନ୍ ବା କୌଣସି ବାୟୋଗ୍ରାଫିର ରିଭ୍ୟୁ କରିପାରିବେ ନାହିଁ ପିଲାମାନେ।
ପ୍ରୋଜେକ୍ଟ ୱାର୍କ: ଫରମେଟିଭ୍ ଆସେସ୍ମେଣ୍ଟରେ ପିଲାମାନେ ପ୍ରୋଜେକ୍ଟ ୱାର୍କ କରୁଛନ୍ତି। ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଗଣିତରେ ପିଲାମାନେ ପ୍ରୋଜେ ୱାର୍କ କରୁଛନ୍ତି। କିନ୍ତୁ ଏଥର ପିଲାମାନେ ପାଠ୍ୟ ପୁସ୍ତକ ଭିତର ଓ ବାହାର ବିଷୟକୁ ନେଇ ପ୍ରୋଜେକ୍ଟ ୱାର୍କ କରିବେ। ଯେଉଁ ପ୍ରୋଜେକ୍ଟ ୱାର୍କ ଫରମେଟିଭ ଆସେସ୍ମେଣ୍ଟରେ କରିଥିବେ, ସେହି ବିଷୟକୁ ଦ୍ୱିତୀୟ ଥର କରିବେ ନାହିଁ। ଏଥିପାଇଁ ଦିଆଯାଇଥିବା ସର୍ତ୍ତ ଓ ଗାଇଡ୍ଲାଇନ୍କୁ ଫଲୋ କରି ପିଲାମାନେ ପ୍ରୋଜେକ୍ଟ ୱାର୍କ କରିବେ।
କୋ-କରିକୁଲମ ଆକ୍ଟିଭିଟି: ପ୍ରତି ସ୍କୁଲରେ କୋ-କରିକୁଲମ ଆକ୍ଟିଭିଟି ହେଉଛି। କିନ୍ତୁ ଏଥର ଯେଉଁ କୋ-କରିକୁଲମ ଆକ୍ଟିଭିଟି କରାଯାଉଛି, ତାହା ବାଧ୍ୟତାମୂଳକ ହେବ। କାରଣ ଏଥିପାଇଁ ମାର୍କ ଦିଆଯାଉଛି। କୋ-କରିକୁଲମ ଆକ୍ଟିଭିଟି ୭ଟି ଆକ୍ଟିଭିଟିକୁ ନିଆଯାଇଛି। ବାଧ୍ୟତାମୂଳକ କୋ-କରିକୁଲମ ଆକ୍ଟିଭିଟି ହେଉଛି ଫିଜିକାଲ୍ ଡେଭ୍ଲପ୍ମେଣ୍ଟ ଆକ୍ଟିଭିଟି (ଗେମ୍ସ, ସ୍ପୋର୍ଟ୍ସ, ଆଥଲେଟିକ୍ସ, ଯୋଗ, ସନ୍ତରଣ, ମାସ୍ ଡ୍ରିଲ, ଆସନ ପ୍ରମୁଖ)।
ବାକି ୬ଟି(ଲିଟେରାସି, କଲ୍ଚରାଲ୍, ସୋସିଆଲ୍ ଡେଭଲପ୍ମେଣ୍ଟ, ସିଟିଜେନସିପ୍ ଟ୍ରେନିଂ ଆକ୍ଟିଭିଟି ଓ ଲିଜର ଟାଇମ୍ ଆକ୍ଟିଭିଟି)ରୁ ଯେ କୌଣସି ୨ଟି ବିଷୟକୁ ପିଲାମାନେ ନେଇପାରିବେ। ଯଦି କୌଣସି ପିଲା ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବେ, ତାହାହେଲେ ସେମାନେ ୨ଟି ବିଷୟ ନେବେ ନାହିଁ।
ବେସିକ୍ ଆଇଟି ସ୍କିଲ୍: ସବୁ ପିଲା ବେସିକ୍ ଆଇଟି ସ୍କିଲ୍ ପାଇବେ। କାରଣ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ସ୍କୁଲ ୫-ଞରେ ଅନ୍ତର୍ଭୁକ୍ତ ହୋଇଯିବେ। ଏଥିପାଇଁ ଆବଶ୍ୟକ ହେଉଥିବା ବୈଷୟିକ ଭିତ୍ତିଭୂମି ଯୋଗାଇ ଦିଆଯାଉଛି। ଏଥିରେ ଟାଇପିଂ ସ୍କିଲ୍ସ, ୱେବ୍ ବ୍ରାଉଜର ବ୍ୟବହାର, ମାଇକ୍ରୋସଫ୍ଟ ଅଫିସ୍ ଓ ୱାର୍ଡରେ କାମ କରିବା, ମାଇକ୍ରୋସଫ୍ଟ ଏକ୍ସଲ୍, ପାୱାର ପଏଣ୍ଟ ପ୍ରେଜେଣ୍ଟସନ୍ ଆଦି ଶିକ୍ଷା ଦିଆଯିବ। ଏଥିସହିତ ଇଣ୍ଟରନେଟ୍ କେମିତି ବ୍ୟବହାର କରିବେ, ତାହା ମଧ୍ୟ ପିଲାଙ୍କୁ ତାଲିମ ଦିଆଯିବ।

Related Posts

Seo wordpress plugin by www.seowizard.org.