Odisha News

ସାତ ଦଶନ୍ଧି ପରେ ଭାରତ ଜଙ୍ଗଲରେ ଦୌଡିବେ ୮ଟି ଆଫ୍ରିକୀୟ ଚିତା ବାଘ

8 African cheetahs to revive India’s extinct species

ଭୁବନେଶ୍ୱର, ୧୬/୯: ପୁଣି ଭାରତୀୟ ଜଙ୍ଗଲରେ ଦୌଡିବ ଧ୍ରୁତତମ ଧାବକ । ସାତ ଦସନ୍ଧି ହେଲା ଭାରତରୁ ଲୋପ ପାଇଯାଇଥିବା ଚିତାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିନରେ ଆଫ୍ରିକାର ନାମିବିୟାରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋରରେ ଛଡାଯିବ ।
ଶନିବାର ଦିନ ନିଜ ଜନ୍ମଦିବସରେ ୮ଟି ଆଫ୍ରିକିୟ ଚିତାକୁ ଜଙ୍ଗରେ ଛାଡିବେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ।
ଏଥିପାଇଁ ସବୁ ପ୍ରସୃତି ଚୁଡାନ୍ତ ହୋଇସରିଥିବା ବେଳେ ନାମିବିୟାରୁ ୮ଟି ଚିତା ବାଘଙ୍କୁ ଆଣିବାକୁ ଥିବା ସ୍ୱତନ୍ତ୍ର ବାଘ ଚିତ୍ରିତ ବିମାନବି ଉଡିବାକୁ ତେୟାର ରହିଛି ।
ଚିତା ବାଘଙ୍କୁ ଆଣିବ ବାଘ ମୁହାଁ ବିମାନ । ଏଇ ବ୍ୟାଘ୍ର ଚିତିତ୍ର ସ୍ୱତନ୍ତ୍ର ବୋଇଁ ବି ୭୪୭ ଜମ୍ବୋ ଜେଟ୍ ରେ ୧୦ଘଶ୍ଟାର ନିରବ ଛିନ୍ନ ଯାତ୍ରା କରି ଆଫ୍ରିକାରୁ ଭାରତ ଆସିବେ ୮ଟି ଚିତା । ୫ଟି ମାଇ ଓ ୩ଟି ଅଣ୍ଡିରା । ମାଇ ଚିତା ଗୁଡିକର ବୟଷ ୨ରୁ ୫ବର୍ଷ ଓ ଅଣ୍ଡିରା ଚିତା ଗୁଡିକର ବୟଷ ସାଢ଼େ ୪ ବର୍ଷରୁ ସାଢ଼େ ୫ବର୍ଷ । ଏମାନଙ୍କ ମଧ୍ୟରେ ଦୁଇଟି ଭାଇ ଥିବା ବେଳେ ଦୁଇଟି ମାଇ ବାଘ ପରସ୍ପରର ବେଷ୍ଟ ଫ୍ରେଣ୍ଡ ବୋଲି କୁହାଯାଉଛି । ଦିର୍ଘ ୭ଦଶନ୍ଧି ପରେ ଚିତା ଭାତରେ ପୁଣି ଥରେ ପାଦଥାପି ବାକୁ ଯାଉଥିବା ବେଳେ ଏଇଥି ପାଇଁ ସବୁ ପ୍ରସୃତି ଚୁଡାନ୍ତ ହୋଇ ସାରିଛି ।
ପ୍ରୋଟକଲ ଅନୁଶାରେ ନାମିବିୟାରେ ମାସେ ହେଲା ଏନ୍‌କ୍ଲୋଜର ଭିତରେ ୮ଟି ଯାକ ଚିତାକୁ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଥିଲା । ସେମାନଙ୍କୁ ଟିକା ଦେବା ସହ ବେକରେ ରେଡିଓ କଲାର ଲଗାଯାଇଛି । ବିମାନଯାତ୍ରା ବେଳେ ବାନ୍ତିି ହେବାର ଭୟ ଥିବାରୁ ଚିତାଙ୍କୁ ଖାଲି ପେଟରେ ଭାରତ ଅଣାଯିବ । ଟ୍ରାଙ୍କୁଲାଇ ନକରି ସତେଚ ଅବସ୍ଥାରେ ପିଞ୍ଜାରେ ବିମାନରେ ଲୋଡ୍ କରାଯିବ । ଏଥିପାଇଁ ବୋଇଙ୍ଗ୍ ୭୪୭ର ସବୁ ଇକୋନୋମିକ ସିଟ୍‌କୁ ହଟାଯାଇଛି । ବିମାନରେ ଭାରତ,ନାମିବାୟା ଓ ଦ,ଆଫ୍ରିକାର ୩ପ୍ରାଣୀ ଚିକିତ୍ସକଙ୍କ ସମେତ ୭ଜିଣିଆ ଟିମ୍ ଉପସ୍ଥିତ ରହିବେ । ଶୁକ୍ରବାର ଦିନ ନାମିବାୟା ରାଜଧାନି ୱିଣ୍ଡହୋକ୍ ରୁ ବିମାନ ଉଡାଣ ଆରମ୍ଭ କରି ଶନିବାର ସକାଳୁ ରାଜସ୍ଥାନର ଜୟପୁରରେ ଓହ୍ଲାଇବ । ସେଠାରୁ ବାଘ ଗୁଡାକୁ ହେଲିକ୍ୟାପ୍ଟର ଯୋଗେ କୁନୁର ନେସନାଲ ପାର୍କକୁ ଅଣାଯିବ । ପ୍ରଧାନମନ୍ତ୍ରୀ ବାଘ ଗୁଡିକୁ ନେସନାଲ୍ ପାର୍କରେ ଛାଡିବା ପରେ ସେମାନଙ୍କୁ ମାସେ ପାଇଁ ୬ଟି ଆବୋଦ୍ଧ ସ୍ଥାନରେ କ୍ୱାରେଣ୍ଟେିନ୍ କରି ରଖାଯିବ । ମାସେ ପରେ ସେମାନଙ୍କୁ ୬ବର୍ଗ କିଲୋମିଟରର ଆଉ ଏକ ବିଶାଳ କ୍ୱାରେଣ୍ଟିନ୍‌କୁ ଛଡାଯିବ । ସେଠାରେ ସେମାନେ ଶିକାର କରିବାର ସୁଯୋଗ ପାଇବେ । ଶେଷରେ କ୍ୱାରେଣ୍ଟିନ୍ ରୁ ମୁକ୍ତି ପାଇ ୭୪୦ ବର୍ଗ କି.ମି ଜାତୀୟ ଉଦ୍ୟାନ ଓ ଆଖପାଖ ୫ହଜାର ବର୍ଗ କି.ମିରେ ଅବାଧ ବିଚରଣ କରିବେ ଚିତା ବାଘ । ଏଥିପାଇଁ ପ୍ରାୟ ୨୫ଟି ଗାଁର ୫ହଜାର ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି ।
୧୯୪୭ ମସିହା ମଧ୍ୟପ୍ରଦେଶ କୋରିଆର ରାଜା ପ୍ରତାପ ସିଂ ଦେଓ ଶିକାର କରିଥିବା ୩ଟି ଚିତା ବାଘକୁ ଭାରତ ଶେଷ ଚିତା ବୋଲି କୁାହାଯାଏ । ୧୯୫୨ରେ ସରକାରୀ ଭାବେ ଭାରତରେ ଚତାକୁ ଲିପ୍ତ ଜୀବ ଭାବେ ଘୋଷଣା କରାଯାଇଥିଲା । ୧୯୬୦ରେ ଇରାନ୍‌କୁ ଏସୀୟ ଚିତାକୁ ଆଣିବା ପାଇଁ ଯୋଜାନା ହୋଇଥିଲା । ସେଠାରେ ଚିତା ସଂଖ୍ୟା ଖୁବ୍ ନଗନ୍ୟ ଥିବାରୁ ଶାହ୍ ଏଥିରେ ରାଜି ହୋଇ ନଥିଲେ ।୨୦୦୯ରେ ଆରମ୍ଭ ହୋଇଥିଲା ଆଫ୍ରିକାନ୍ ଚିତା ଇଂଟ୍ରୋଡକସନ୍ ପ୍ରୋଜେକ୍‌ଟ । ଜୁଲାଇରେ ନାମିବାୟା ସହିତ ହୋଇଥିବା ଚୁକ୍ତିରେ ପ୍ରଥମ ବ୍ୟାଚ୍‌ରେ ନାମିବିୟାରୁ ୮ଟି ଚିତା ଭାରତ ଆସିବାକୁ ଥିବା ବେଳେ ଚଳିତବଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବେ । ଆଉ ୫ବର୍ଷ ଭିତରେ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର ।

Related Posts

Seo wordpress plugin by www.seowizard.org.