Odisha News

ବୌଦ୍ଧ: ମହାନଦୀ ବନ୍ୟାରେ ଧୋଇଗଲା ବିଜୁସେତୁ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୮: ମହାନଦୀ ବନ୍ୟାରେ ହରଭଂଗା ଜଗନ୍ନାଥ ସଡକ ଉପରେ ହରଭଂଗା ଅତଳସରା ରାସ୍ତାରେ
କୁଶାସିଙ୍ଗ ବିଜୁସେତୁ ଅପ୍ରଚ ରାସ୍ତା ବନ୍ୟାରେ ଧୋଇହେଇଯାଇଛି। ଏହି ସେତୁ ଉପରେନିଭର କରିଥିବା ହରଭଂଗା କୁଶଙ୍ଗ ତଲଗା ମହାଳିକପଡା ଆଦି ୪ରିଗୋଟି ପଞ୍ଚାୟତବାସୀ ଏହାରି ଉପରେ ନିର୍ଭରଶୀଳ ।
ରାସ୍ତା ଧୋଇହେଇଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହେଇଛି। ସେହିପରି ବନ୍ୟା ଓ ଲଗାଣ ବର୍ଷାରେ ୨୦୦ରୁ ଉର୍ଦ୍ଧ ଭାଙ୍ଗିଯାଇଥିବା କଚା ଘରେ ରହୁଥିବା ବିପନ୍ନଙ୍କୁ ଏପର୍ଯ୍ୟନ୍ତ ମିଳିପାରିନାହିଁ ପଲି ଥିନ ଖଣ୍ଡେ।
ହରଭଂଗା ବ୍ଲକ୍ରେ ଅଜକୁ ସାତଦିନ ଧରି ପାଣିଘେରରେ ଥିବା ବିପର୍ଣ୍ଣମାନଙ୍କୁ ରିଲିଫ ନମିଳିବାରୁ ଅସନ୍ତୋଷ ଦେଖାଦେଇଛି।ପ୍ରକାଶ ଥାଉକି ଗତଗୁରୁବାର ଦିନ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବୌଦ୍ଧ ଜିଲ୍ଲାରରେ
ପାଣିଘେରରେ ଥିବା ବିପନ୍ନଙ୍କୁ ସାତଦିନ ରିଲିଫ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।
ହେଲେ ଘୋଷଣା ହେବାର ୭୨ ଘଣ୍ଟା ବିତିଯାଇଥିଲେ ରିଲିଫ ନମିଳିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛନ୍ତି। ଜିଲ୍ଲାର ପ୍ରଶାସନିକ ପକ୍ଷରୁ ତୁରନ୍ତ ସହାୟତା ଯୋଗେଇ ଦବାକୁ ଦା ବି ହେଇଛି।
ବନ୍ୟାପାଣି କମୁଛି, ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି : ହରଭଙ୍ଗା,ବୌଦ୍ଧ କୁସଙ୍ଗ ଓ ମାରଡ଼ା ଏବେବି ବିଛିନ୍ନ
ବୌଦ୍ଧ, ୨୧/୮: ହରଭଙ୍ଗା ବ୍ଲକର ବନ୍ୟା ଅଞ୍ଚଳର ସ୍ଥିତି ଏବେବି ଗମ୍ଭୀର ରହିଛି। ଧୀରେଧୀରେ ବନ୍ୟାପାଣି ବନ୍ୟା ପ୍ଲବୀତ ଗ୍ରାମଗୁଡିକରୁ କାମୁଥିବାବେଳେ,ଏବେ ବହୁଗ୍ରାମ ଯଥା ମରଡାକୁମାରୀ ଅତଲସରା ତିରଡ଼ ହରଭଂଗା ପାଣିଘରା ଖଣ୍ଡିଧଲପୁର କୃଷ୍ଣମୋହନ ପୁର ସଦଲଗଣ୍ଡା
ଧଳପୁର ଅଦିଗ୍ରାମ ଗୁଡିକ ପାଣି ଘେରରେ ରହିଛି।ଚିନ୍ତାବଢା ଉଛି ଆସିଥିବା ଲଘୁଚାପ ବର୍ଷା।
ଗତକାଲି ଏହିସବୁ ଅଞ୍ଚଳ ରେ ବର୍ଷା ଲାଗି ରହିଛି ତଳେ ବନ୍ୟାଜଳ ପ୍ରଭାବିତ ହେଇଥିବାବେଳେ,ଉପରୁ ବର୍ଷା ଲୋକଙ୍କ ପାଇଁ କାଳ ସାଜିଛି। ପାଣିଘେରରେ ଥିବା ଲୋକଙ୍କଦୁର୍ଦଶା ଜରିରହିଥିବାବେଳେ,ପୁଣି ଚିନ୍ତାବଢା ଇବା ବର୍ଷା ଓ ବନ୍ୟା। ବର୍ଷା ଯୋଗୁଁ ଚୁଲି ଠାରୁ ଆରମ୍ଭ କରି ଚାଷ କାର୍ଯ୍ୟ ନାଳକୁଆଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁ ଲୁଚି ଯାଇଛି ପାଣି ଭିତରେ। ଏବେ ବି ବୌଦ୍ଧ ଜଗନ୍ନାଥ ରୋଡ ଉପରେ ୮ ଫୁଟ ର
ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହେଇଛି।
ରାଜସ୍ଥାନରେ ଦଳିତ ଛାତ୍ରକୁ ଶିକ୍ଷକଙ୍କ ମାଡ ଘଟଣା ମୃତ ଛାତ୍ରଙ୍କ ପରିବାରୁ କ୍ଷତି ପୂରଣ ଦାବୀ କଲା ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ
ବୌଦ୍ଧ,୨୧ /୮: ରାଜସ୍ଥାନର ଜଲୋର ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟରେ ନଅ ବର୍ଷର ଦଳିତ ଛାତ୍ର ଜଣେ ଶିକ୍ଷକଙ୍କ ପାଣି ବୋତଲ ଛୁଇଁ ଦେବାରୁ ଶିକ୍ଷକ ଜଣକ ଉକ୍ତ ଛାତ୍ରଙ୍କୁ ଅମାନୁଷିକ ଭାବରେ ପିଟି ପିଟି ମାରିବା ଘଟଣାରେ ମୃତ ଛାତ୍ରଙ୍କ ପରିବାର ବର୍ଗକଙ୍କୁ କ୍ଷତି ପୂରଣ ଦାବୀରେ ବୌଦ୍ଧ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ବହିରା ଠାରେ ଅନୁଷ୍ଠିତ ହୋଇଥିଲା । ପାଣଗଣ୍ଡା ସମାଜ ଜିଲ୍ଲା ସଭାପତି ବଟକୃଷ୍ନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲ।। ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଯୋଗ ଦେଇ ସମାଜର ସାମାଜିକ ଏକତା , ସାମାଜିକ ସଂସ୍କାର, ସାମ୍ବିଧାନିକ ଅଧିକାର, ନାଗରିକ ଅଧିକାର , ଦଳିତ ଅଧିକାର ଉପରେ ଆଲୋକପାତ କରିଥିଲେ । ମୃତ ବରଣ କରିଥିବା ନଅ ବର୍ଷର ଦଳିତ ଛାତ୍ରଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ଏକ କୋଟି ଟଙ୍କାର କ୍ଷତି ପୁରଣ ଦେବା ସହ, ଶିକ୍ଷ୍‌କକୁ ତୁରନ୍ତ ଫାଶି ଦଣ୍ଡଦେବାକୁ ଦାବୀ କରିଥିଲେ । ଏନେଇ ଆସନ୍ତା ୨୫ ତାରିଖରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ଏକ ଦାବୀପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକରେ ସଂଗଠନର ଉପସଭାପତି ମକରଧ୍ୱଜ ମହାନନ୍ଦିଆ, ବସନ୍ତ ଖୁରା, ରୋହିତ କହଁର, କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ଯୁଗ୍ନ ସାଂପଦକ ଶ୍ରୀନିବାସ ହାତୀ, ସଂଗଠନ ସଭାପତି ଦେବଦତ୍ତ ସାଗର ଓ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ କହ୍ନେଇ ବାଦୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.