Odisha News

ଗଜପତି : ଅମୃତ ମହୋତ୍ସବ ଅବସରରେ ଏବିଭିପି ପକ୍ଷରୁ ଅନ୍ୟାନ୍ୟଙ୍କ ମିଳିତରେ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପଦଯାତ୍ରା

ଗଣେଶ କୁମାର ରାଜୁଙ୍କ ରିପୋଟ
ଗଜପତି,୧୭/୮: ପାରଳାଖେମୁଣ୍ଡି ଠାରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନେତୃତ୍ୱରେ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ସମେତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଓ ଗୁରୂମା ଗୁରୁଜୀ ମାନଙ୍କୁ ନେଇ ଏକ ବିରାଟ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ତ୍ରିରଙ୍ଗା ପଦଯାତ୍ରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରୁ ବାହାରି ଗାନ୍ଧୀ ଛକ , ପ୍ୟାଲେସ , ବଡ଼ଦାଣ୍ଡ , ବଜାର ଛକ , ପୁରୁଣା ବସଷ୍ଟାଣ୍ଡ , ବଡ଼ ବ୍ରାହ୍ମଣ ସାହି ପ୍ରଭୃତି ପରିକ୍ରମା କରି ଶେଷରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପହଞ୍ଚିଥିଲା ।
ଏଥିରେ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପତାକା ସହ ଜାତୀୟ ପତାକା ଧରି ସମସ୍ତେ ସମଗ୍ର ସହର ପରିକ୍ରମା କରିବା ସହ “ଭାରତ ମାତାକୀ ଜୟ” , “ବନ୍ଦେ ମାତରଂ” ଏବଂ “ଜୟ ଶ୍ରୀ ରାମ” ପ୍ରଭୃତି ସ୍ଲୋଗାନ ଦେଇଥିଲେ ।
କାର୍ଯ୍ୟକ୍ରମ ସମ୍ପର୍କରେ ଏବିଭିପି: ର ଗଜପତି ଜିଲ୍ଲା ପ୍ରମୁଖ ଶ୍ରୀ ବାଳକୃଷ୍ଣ ଜେନା ଏବଂ ଜିଲ୍ଲା ସହ ପ୍ରମୁଖ ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ , ଅମୃତ ମହୋତ୍ସବ ଅବସରରେ କଲେଜ ଓ ସ୍କୁଲ ବିଦ୍ୟାର୍ଥୀ ମାନଙ୍କୁ ନେଇ ଏହି ତ୍ରିରଙ୍ଗା ପଦଯାତ୍ରା କରାଯାଉଛି ।
ତ୍ରିରଙ୍ଗା ପଦଯାତ୍ରା ମାଧ୍ୟମରେ ସମସ୍ତଙ୍କୁ ଦେଶପ୍ରିତି ର ବାର୍ତ୍ତା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଏକତ୍ରିତ କରି ସେମାନଙ୍କ ମଧ୍ୟରେ କିଭଳି ଦେଶପ୍ରିତିର ଚେତନା ଭାବ ଜାଗ୍ରତ କରିହେବ , ସେହିଁ ମହତ୍ୱ ଉଦ୍ଦେଶ୍ୟ ନେଇ ଏବିଭିପିର ଏହି ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପଦଯାତ୍ରାର ପ୍ରୟାସ କରିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଲୋକନାଥ ମିଶ୍ର , ଶ୍ରୀ ହରି ମୋହନ ପଟ୍ଟନାୟକ , ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ସମେତ ଶତାଧିକ ସଂଖ୍ୟାରେ ଏବିଭିପି , ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କ ସମେତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବହୁ ଛାତ୍ରଛାତ୍ରୀ ଓ ଗରୁମା ଗୁରୁଜୀ ମାନେ ସାମିଲ ଥିଲେ ।

Related Posts

Seo wordpress plugin by www.seowizard.org.