Odisha News

ଗଜପତି: ରାୟଗଡ଼ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳନ ନେଇ ତ୍ରିରଙ୍ଗା ଶୋଭାଯାତ୍ରା

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୮: ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଏକ ତ୍ରିରଙ୍ଗା ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।
ଏହି ତ୍ରିରଙ୍ଗା ଯାତ୍ରାରେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ଏବଂ ଗୁରୁମା/ଗୁରୁଜୀ ଅଂଶଗ୍ରହଣ ପୂର୍ବକ ସମଗ୍ର ଗାଁ-ବସ୍ତି ବୁଲି ତ୍ରିରଙ୍ଗା ପତାକା ର ବିଶେଷତ୍ଵ , ହର ଘର ତ୍ରିରଙ୍ଗା ଏବଂ ତ୍ରିରଙ୍ଗା ଭାରତର ସ୍ୱର୍ଣିମ୍ ସମେତ ଏହା ସମ୍ମାନ ଓ ଏକତାର ପରିଚୟ ଭାବେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସୂଚାଇ ସଚେତନ କରାଇ ଥିଲେ ।
ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବାର୍ତ୍ତା “ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ ନେଇ ଏବଂ “ଆଜାଦିକା ଅମୃତ ମହୋତ୍ସବ” ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ଭାରତ-ମାତାର ସ୍ୱର୍ଣିମ ଇତିହାସକୁ ପ୍ରତ୍ୟେକ ଭାରତ ବାସୀଙ୍କ ହୃଦୟରେ ଦେଶ-ପ୍ରେମର ଭାବ ଜାଗ୍ରତ କରିବାର ମହାନ୍ ଲକ୍ଷ ଅଟେ ।
ଏହି ଅବସରରେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶୁଭେନ୍ଦ୍ର ନାଥ ଘଡେ଼ଇ କହିଛନ୍ତି ଯେ , ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମେ , ଆମ ବିଦ୍ୟାଳୟ ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛୁ ।
ଭାରତର ସ୍ଵାଧୀନତା ସଂଗ୍ରାମରେ ଯେଉଁ ମହାନ୍ ବୀର ମାନଙ୍କ ବଳିଦାନ ସମେତ ଅନେକ ଦେଶଭକ୍ତ ଯେଉଁମାନଙ୍କ ଇତିହାସରେ କୌଣସି ଲିପିବଦ୍ଧ ନାହିଁ କି ସମାଜରେ ସେମାନଙ୍କ କୌଣସି ପରିଚୟ ମଧ୍ୟ ନାହିଁ କି ସେମାନଙ୍କୁ କେହି ଜାଣନ୍ତି ନାହିଁ ।
ତେଣୁ ଇତିହାସରେ ଯେଉଁ ମହାନ୍ ବୀର ଓ ଦେଶଭକ୍ତ ମାନଙ୍କ ନାମର ଚିହ୍ନବର୍ଣ୍ଣ ନାହିଁ। , ସେମାନଙ୍କୁ ଖୋଜି ଭାରତ ଇତିହାସରେ ନାମ ଲିପିବଦ୍ଧ କରିବା ସହ ସେମାନଙ୍କୁ ମନେ ପକାଇ ଖୋଜିବା ଏହା ଏକ ପ୍ରୟାସ ମାତ୍ର ବୋଲି କହିଥିଲେ ।
ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ , ଆଜାଦିକା ଅମୃତ ମହୋତ୍ସବ ପାଳନ କରିବା ପାଇଁ ।
ସେହି ଉତ୍ସବରେ ଆମେ ସମସ୍ତେ ସାମିଲ ହୋଇ ସହର ସମେତ ଗାଁ ଗହଳିରେ ଉତ୍ସାହ ଓ ଆନନ୍ଦର ସହ ପାଳନ କରିବା ପାଇଁ ।
ଅନ୍ୟପକ୍ଷରେ , ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନେ ସେମାନଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇବେ , ସେଥିପାଇଁ “ହର ଘର ତ୍ରିରଙ୍ଗା” ଘର ଘର ତ୍ରିରଙ୍ଗା” ଏଭଳି ନାରା ଦେବା ସହ ସମସ୍ତଙ୍କୁ ସଚେତନତା କରା ଯାଉଛି ବୋଲି କହିଥିଲେ। ।

Related Posts

Seo wordpress plugin by www.seowizard.org.