Odisha News

କୋଇଲା ଦୁର୍ନୀତି ମାମଲା: ୭ ଜଣ ଆଇପିଏସ୍ ଅଧିକାରୀଙ୍କୁ ଦିଲ୍ଲୀ ଡାକିଲା ଇଡି

କୋଲକାତା,୧୧/୮: ଶ୍ଚିମବଙ୍ଗର ୭ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦିଲ୍ଲୀ ଡାକରା । କୋଇଲା ଚୋରା ଚାଲାଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ୭ଜଣ ଅଧିକାରୀଙ୍କୁ ଡାକିଛନ୍ତି ।
ମିଳିଥିବା ସୂଚନା ମୁତାବକ ଇଡି ପକ୍ଷରୁ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ମଧ୍ୟରେ ଜ୍ଞାନବନ୍ତ ସିଂ (ଏଡିଜି, ସିଆଇଡି), କୋଟେଶ୍ୱର ରାଓ, ଏସ ସେଲଭାମୁରୁଗାନ୍, ଶ୍ୟାମ ସିଂ, ରାଜୀବ ମିଶ୍ର, ସୁକେଶ କୁମାର ଜୈନ ଏବଂ ତଥାଗତ ବସୁଙ୍କ ନାମ ରହିଛି ଜ୍ଝ
ଇଡି ପକ୍ଷରୁ କୁହାଯାଇଛି ଯେ ଏହି ଆଇପିଏସ୍ ଅଧିକାରୀଙ୍କୁ ନୂଆଦିଲ୍ଲୀର ଇଡି କାର‌୍ୟ୍ୟାଳୟରେ ହାଜର ହେବାକୁ କୁହାଯାଇଛି। କୋଇଲା ଚୋରା ଚାଲାଣ ମାମଲାରେ ଏହି ଆଇପିଏସ୍ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଇଡି ଅଧିକାରୀ କହିଛନ୍ତି। ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଧିକାରୀମାନେ ଏହି ଘୋଟାଲା ଦ୍ୱାରା ଉପକୃତ ହୋଇଛନ୍ତି। ଚୋରା ଚାଲାଣ ହୋଇଥିବା ଅଞ୍ଚଳରେ ଏହି ଅଧିକାରୀମାନଙ୍କୁ ପୋଷ୍ଟିଙ୍ଗ କରାଯାଇଥିବାବେଳେ ଗତ ବର୍ଷ ମଧ୍ୟ ଏହି ୭ ଜଣ ଅଧିକାରୀଙ୍କୁ ଡକାଯାଇଥିଲା।
ସୂଚନା ଥାଉ କି ଯେ ପଶ୍ଚିମବଙ୍ଗରେ କୋଇଲା ଦୁର୍ନୀତିର ଯାଞ୍ଚ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଦ୍ୱାରା କରାଯାଉଛି। କୋଇଲା ଚୋରା ଚାଲାଣ ବ୍ୟତୀତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମଧ୍ୟ ରହିଛି ଜ୍ଝ ଗତ ବର୍ଷ ସିବିଆଇ ଦିଲ୍ଲୀରେ ପଚରାଉଚରା ପାଇଁ ୩ ଆଇପିଏସ୍ ଅଧିକାରୀଙ୍କୁ ମଧ୍ୟ ଡାକିଥିଲା।

Related Posts

Seo wordpress plugin by www.seowizard.org.