Odisha News

ଖାଲି ହୋଇଗଲା ମା’ର କୋଳ; ବଡ଼ ପୁଅ ପରେ ସାନ ପୁଅର କୋକେଇ ସଜାଡ଼ୁଛି ହତଭାଗା ବାପା

ପାଟଣାଗଡ଼, ୨୯/୭: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଲପଡା ବ୍ଲକ୍ ଅନ୍ତର୍ଗତ କୁମାରଖୋନ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଡ ଭାଇର ମୃତ୍ୟୁ ପରେ ବିଷ ପିଇ ଦେଇଥିବା ସାନ ଭାଇର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର କୁମାରଖୋନ ଗାଁର ଦୀପକ ପୁଟେଲ ଗାଁ ନିକଟରେ ଥିବା ଛେଳିଆ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଦୀପକ । ତେବେ ଡ୍ୟାମରେ ଦୀପକଙ୍କ ମୃତଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିଥିଲେ ।
ଏ ଖବର ସାନ ଭାଇ ବିଶ୍ବଜିତ ପୁଟେଲ ଶୁଣିବା ପରେ ବିଷ ପିଇ ଦେଇଥିଲେ । ବିଶ୍ବଜିତଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତିରେ ସାନ ଭାଇ ବିଶ୍ବଜିତର ମୃତ୍ୟୁ ହୋଇଛି ।
ତେବେ ଦୁଇ ଭାଇଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବେଲପଡା ପୋଲିସ ପାଟଣାଗଡ଼ ପହଞ୍ଚି ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

Related Posts

Seo wordpress plugin by www.seowizard.org.