Odisha News

୧୦୪ ଘଂଟା ପରେ ୮୦ଫୁଟ୍ ଗାତରେ ଖସି ପଡିଥିବା ରାହୁଳ ସାହୁଙ୍କୁ ଉଦ୍ଧାର କରାଗଲା

Rahul rescued after 104 hours of rescue operation

By Nalini Sahu

ଋାୟପୁର, ଜୁନ୍ ୧୪: ଦୀର୍ଘ ୧୦୪ ଘଂଟାର ଅକ୍ଳାନ୍ତ ପରିଶ୍ରମ ଫଳରେ ଛତିଗଡର ଜାଞ୍ଜଗିରି-ଚମ୍ପାର ଏକ ୮୦-ଫୁଟ ବୋରୱେଲ୍ ଗର୍ତ୍ତମଧ୍ୟରେ ଖସି ପଡିଥିବା ରାହୁଳ ସାହୁ ନାମକ ୧୦ ବର୍ଷର ବାଳକଙ୍କ ଉଦ୍ଧାର କରାଯାଇଛି ।
ମଙ୍ଗଳବାର ଦିନ ରାତି ୧୨ଟାର କିଛି ସମୟ ପରେ ଏନଡିଆରଫ୍‌, ଏସଡିଆରଫ୍ ଓ ଭାରତୀୟ ସେନାର ଜବାନମାନେ ତାଙ୍କୁ ଉଦ୍ଧାର କରିଥିଲେ ।
ଉଦ୍ଧାର ପରେ ରାହୁଳଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ବିଳାସପୁର ଆପୋଲୋ ହସ୍ପିଟାଲକୁ ନିଆଯାଇଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଉକ୍ତ ଗର୍ତରେ ଏକ ସାପ ଓ ବେଙ୍ଗ ମଧ୍ୟ ଥିଲେ ବୋଲି କୁହାଯାଇଛି । ହେଲେ ସେମାନେ ରାହୁଳକୁ କୌଣସି କ୍ଷତି ପଂହାଚଇନାହାଁନ୍ତି ।
ସ୍ଥାନୀୟ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଓ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ଉଦ୍ଧାର କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବରେ ତଦାରଖ କରୁଥିଲେ ।

Related Posts

Seo wordpress plugin by www.seowizard.org.