Odisha News

ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି

ଭୁବନେଶ୍ୱର,୨୩/୫: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତିଙ୍କ ନାମ ସୋମବାର ଦିନ ଘୋଷଣା କରାଯାଇଛି। ଏଆଇସିସି ପକ୍ଷରୁ ନୂଆ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତ କରାଯାଇଛି ।
ସଦ୍ୟ ରିପୋର୍ଟ ମୁତାବକ, ଶରତ ପଟ୍ଟନାୟକ ହୋଇଛନ୍ତି ନୂଆ ପିସିସି ସଭାପତି । ଶରତଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଘୋଷଣା କରାଯାଇଛି । ନୂଆ ପିସିସି ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀ ପଟ୍ଟନାୟକ ପୂର୍ବରୁ ମଧ୍ୟ ପିସିସି ସଭାପତି ଭାବେ କାର୍ଯ୍ୟ କରିଥିଲେ।
ନୂଆ ଦାୟିତ୍ୱକୁ ନେଇ ଶରତ କହିଛନ୍ତି ଯେ- ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବୁ। ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି କରିବୁ। ଏହାସହ ନୂଆ ନିଯୁକ୍ତି ପାଇଁ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.