Odisha News

ଅଜଣା ଚୋରଙ୍କ ଆତଙ୍କ ରାଜ : ଘରର ଝରକା ଭାଙ୍ଗି ଟଙ୍କା ସୁନା ଲୁଟ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୪/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଗ୍ରୀନବାଡ଼ି ଗ୍ରାମର ପ୍ରଭାକର ଦିଗାଲଙ୍କ ଘରେ ଶୁକ୍ରବାର ରାତିରେ କୈାଣସି ଦୁର୍ବୁତ ପଶି ସୁନା ଓ ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି।
ସୁଚନା ପ୍ରକାରେ, କ୍ଟପ୍ରଭାକର ଦିଗାଲ ନିଜ ପରିବାର ସହ ସୁନାବେଡାରେ ରହୁଥିବା ପୁଅ ଘରକୁ ବୁଲିବାକୁ ଯାଇଥିଲେ । ବୁଲାବୁଲି ସାରି ସନ୍ଧ୍ୟାରେ ଘରକୁ ପହଂଚି କବାଟ ଖୋଲି ଦେଖିବା ବେଳେ ଘରେ ଚୋର ମାନେ କଳାକନା ବୁଲେଇ ଦେଇଛନ୍ତି ।
ଘରର ଝରକା ତାଡ଼ି ଘର ଭିତରେ ରହିଥିବା ଦୁଇଟି ଆଲମିରା ଭାଙ୍ଗି ୧୨୦ ଗ୍ରାମ ସୁନା,ନଗଦ ୩୦ ହଜାର ଟଙ୍କା ଓ ୫ ଗୋଟି ପାଟଶାଢ଼ୀ ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି।
ଏନେଇ ପ୍ରଭାକର ଶନିବାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏତଲା କୁ ଭିର୍ତ୍ତି କରି ଦାରିଙ୍ଗବାଡ଼ି ପୁଲିସ ୭୦/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।
ଦାରିଙ୍ଗବାଡ଼ି ପୁଲିସ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.