Odisha News

ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ୬ ଛାତ୍ରଙ୍କୁ ସ୍କୁଲରୁ ବହିସ୍କୃତ

ସମ୍ବଲପୁର,୨୧/୪: ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ସମ୍ବଲପୁର ଶାସନ ଅଂଚଳରେ ଥିବା ଏକ ଘରୋଇ ଆବାସିକା ବିଦ୍ୟାଳୟରୁ ଏଭଳି ଅଭଯୋଗ ଆସିଛି । ସହପାଠୀମାନେ ଉଲଗ୍ନ କରିବା ସହିତ ହାତକୁ ଦଉଡିରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗତ ୧୭ତାରିଖାରେ ଏହି ଘଟଣା ଘଟିଛି । ତେବେ ରାଗିଂ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନେଇଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ରାଗିଂ ଘଟଣାରେ ସମ୍ପୃକ୍ତଥିବା ୮ଜଣଙ୍କୁ ସ୍କୁଲରୁ ବିଦାକରିଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ମାଡ଼ ମାରିଥିବା ୨ଛାତ୍ର ଓ ଉପସ୍ଥିତ ଥିବା ୬ ଛାତ୍ରଙ୍କୁ ବହିସ୍କୃତ କରାଯାଇଛି ।

Related Posts

Seo wordpress plugin by www.seowizard.org.