ବାଲି ଆଣିବାକୁ ଯାଉଥିବା ବେଳେ ଭାରସ୍ୟାମ ହରାଇ ୫୦ ଫୁଟ୍ ତଳକୁ ଖସିଲା ଟ୍ରାକ୍ଟର,ଡ଼୍ରାଇଭରଙ୍କ ମୃତ୍ୟୁ
ଲମତାପୁଟ ,୩/୪ : ୫୦ ଫୁଟ୍ ତଳକୁ ଖସିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା କୋଟା ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ରବିବାର ସକାଳ ସମୟରୁ ବାଲି ଆଣିବା ପାଇଁ ନିଜ ଟ୍ରାକ୍ଟରରେ ନିକଟ କୋଟା ଛକ ମହୁଲିକୁ ଯାଇଥିଲେ ଲମତାପୁଟ ବ୍ଲକ କମେଲ୍ ଗାଁର ଯୁବକ କୃଷ୍ଣ ସିଶା । ତାପରଠୁ କୃଷ୍ଣଙ୍କର କୌଣସି ଖୋଜଖବର ନଥିଲା । ପରେ ଘର ଲୋକ ବ୍ୟସ୍ତ ହୋଇ କୃଷ୍ଣଙ୍କ ଫୋନ୍କୁ କଲ୍ କରିଥିଲେ । କିନ୍ତୁ ତାଙ୍କ ଫୋନ୍ ଲାଗନଥିଲା । ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ । ତଥାପି କୌଣସି ପତ୍ତାମିଳିନଥିଲା ।
ଶେଷରେ ରବିବାର ଦିନ ସକାଳ ସମୟରେ ଟ୍ରାକ୍ଟର ଓଲଟି କୃଷ୍ଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ଦୁର୍ଘଟଣାରେ ଟ୍ରାକ୍ଟର ତିନି ଖଣ୍ଡ ହୋଇଯାଇଛି । ଘଟଣାସ୍ଥଳରେ ବୈପାରିଗୁଡ଼ା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।