ଘୋଷଣା ହେଲା ଯୁକ୍ତ +୨ ପରୀକ୍ଷା ତାରିଖ, ମାର୍ଚ୍ଚ ୧୮ରେ ସରିବ
ଭୁବନେଶ୍ବର/ଓଡ଼ିଶା,୧୯/୧୧: ଯୁକ୍ତ ୨ରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର ଆସିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି।
ସିଏଚ୍ଏସ୍ଇ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ୨୦୨୭ ଆସନ୍ତା ଫେବ୍ରୁଆରି ୧୬ ତାରିଖ ଠାରୁ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଷୟରେ ଏହି ପରୀକ୍ଷା କରାଯିବ।
ଯୁକ୍ତ ୨ ପରୀକ୍ଷା ୨୦୨୭ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଯୁକ୍ତ ୨ ପରୀକ୍ଷା ନେଇ ସିଏଚ୍ଏସ୍ଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ।




