Odisha News

କୁନି ପ୍ରତିଭାଙ୍କ ଦକ୍ଷତା ପରଖିଲା ଆର ଜି ଏକାଡେମୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୧୧: ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡା ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ସ୍ଥିତ ଆର . ଜି. ଏକାଡେମୀ ପକ୍ଷରୁ ସୋମବାର ଦିନ ୧୦ଟାରେ ଆର .ଜି. ଏକାଡେମୀ “ ଟେଲେଣ୍ଟ ହଣ୍ଟ -୨୦୨୬ \” ପ୍ରତିଯୋଗୀତାମୂଳକ ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ତୃତୀୟ, ଚତୁର୍ଥ, ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ, ଯୁକ୍ତିସଙ୍ଗତ ଚିନ୍ତନ ଶକ୍ତି ଓ ବୌଦ୍ଧିକ ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଏଥିରେ ବିଭିନ୍ନ ଅଞ୍ଚଳରୁ ମୋଟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଅନୁଷ୍ଠାନ ମୁଖ୍ୟତଃ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟ ଭଳି ପ୍ରତିଷ୍ଠିତ ବିଦ୍ୟାଳୟ ଗୁଡିକର ପ୍ରବେଶିକା ପରୀକ୍ଷା ପାଇଁ ଦକ୍ଷ କରି ପାରିବ ବୋଲି ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ର ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ଏବଂ ଆତ୍ମବିଶ୍ଵାସ ବଢାଇବା ଦିଗରେ ଆର. ଜି, ଏକାଡେମୀ ର ଏହି ପ୍ରୟାସ ପ୍ରଶଂସନୀୟ ବୋଲି ଜନସାଧାରଣରେ ଆଶା ପ୍ରକାଶ ପାଇଛି ।
ଆର ଜି ଏକାଡେମୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ କରାଯାଇଥିବା ଏଭଳି ପ୍ରୟାଶକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Related Posts