Odisha News

ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୧୦ : ବୌଦ୍ଧ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବାବେଳେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକମାନେ ଫର୍ମ-୬ ମାଧ୍ୟମରେ ନାମ ସାମିଲ ପାଇଁ ଆବେଦନ କରିପାରିବେ।
ଏସଆଇଆର ପରେ ଫର୍ମ-୬ ଦାଖଲ ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ କିମ୍ବା ଆବେଦନକାରୀଙ୍କ ପିତାମାତା/ଜେଜେବାପା- ଜେଜେମାଆଙ୍କ ନାମ ସମ୍ପର୍କିତ ଅତିରିକ୍ତ ଘୋଷଣାନାମା ଦେବା ଆବଶ୍ୟକ ହେବ ନାହିଁ। ଭାରତ ନିର୍ବାଚନ ଆୟୋଗ ଫର୍ମ-୬ରୁ ଏହି ଅତିରିକ୍ତ ବ୍ୟବସ୍ଥା ହଟାଇଛନ୍ତି।
ତେବେ, କେବଳ ଫର୍ମ-୬ ଦାଖଲ କରିଲେ ନାମ ସ୍ୱତଃସ୍ଫୂର୍ତ୍ତ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ। ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନକାରୀଙ୍କ ଯୋଗ୍ୟତା, ତଥ୍ୟ ଓ ଆବଶ୍ୟକୀୟ ଦସ୍ତାବିଜ ଯାଞ୍ଚ ପରେ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ତେଣୁ, ଭୋଟର ତାଲିକାରେ ନାମ ନଥିବା ସମସ୍ତ ଯୋଗ୍ୟ ନାଗରିକ ନିର୍ଦ୍ଧାରିତ ପ୍ରକ୍ରିୟାରେ ଫର୍ମ-୬ ଦାଖଲ କରି ଭୋଟର ଭାବେ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

Related Posts