ଗଜପତି : ଡି:ପି:ଓ: ଠାରେ ମୋବାଇଲ୍ ପୁନରୁଦ୍ଧାର ମେଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୭/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠା ଗ୍ରାମରେ ଥିବା ଜିଲ୍ଲା ପୋଲିସ ଅଫିସ(ଡିପିଓ) ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ମୋବାଇଲ ପୁନରୁଦ୍ଧାର ମେଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଏହି ମେଳାରେ ୧୦୦ ରୁ ଅଧିକ ଉଦ୍ଧାର ମୋବାଇଲ୍ ଫୋନ୍ ସେମାନଙ୍କର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରା ଯାଇଥିଲା।
ଗଜପତି ପୋଲିସ ହଜିଯାଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରିବା ପାଇଁ ଏକ ମାସ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା।
ଚା ଉଋଓଜ ପୋର୍ଟାଲ୍ ସହାୟତାରେ ଏହି ମୋବାଇଲ ଗୁଡ଼ିକ ପୁନରୁଦ୍ଧାର କରାଯାଇଥିଲା। ଏଥିରେ ଅନ୍ୟ ଜିଲ୍ଲା ଓ ରାଜ୍ୟରୁ ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍ ଗୁଡ଼ିକ ସେମାନଙ୍କ ସମ୍ପୃକ୍ତ ଥାନାକୁ ପଠାଇ ଦିଆଯାଇଥିଲା।
ଏପରି କି ୨୦ ରୁ ଅଧିକ ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍ କୁ କୋରିଅର ସେବା ମାଧ୍ୟମରେ ସେ ସବୁ ମୋବାଇଲ ପଠାଇ ଦିଆ ଯାଇଥିଲା।
ଏସପି ଗଜପତି ଶ୍ରୀ ପ୍ରହଲ୍ଲାଦ ସହାୟୀ ମୀନା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ମୋବାଇଲ୍ ଫୋନ୍ ପ୍ରତି ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଥିଲେ।
ସେ ସାବଧାନ ଓ ସତର୍କ କରି ଦେଇଥିଲେ ଯେ , ସାଇବର ଅପରାଧୀ ମାନେ ହଜିଯାଇଥିବା ମୋବାଇଲ୍ ଫୋନ୍ ର ଅପବ୍ୟବହାର କରିପାରନ୍ତି, ଯେଉଁଥିରେ ଅପରାଧରେ ସିମ୍ ବ୍ୟବହାର କରିବା ଏବଂ ଟଙ୍କା ଉଠାଇବା ଅନ୍ତର୍ଭୁକ୍ତ।
ଏସପି ଗଜପତି ଶ୍ରୀ ମୀନା ଜନସାଧାରଣଙ୍କୁ ମୋବାଇଲ୍ ଫୋନ୍ ହଜିବା ପରେ ତୁରନ୍ତ ଥାନାରେ ରିପୋର୍ଟ କରିବାକୁ ଅନୁରୋଧ କରିଥିଲେ।
ନାଗରିକ ମାନେ ନିକଟସ୍ଥ ପୋଲିସ ଷ୍ଟେସନରେ ରିପୋର୍ଟ କରିବା ଉଚିତ ଏବଂ ଉଋଓଜ (କେନ୍ଦ୍ରୀୟ ଉପକରଣ ପରିଚୟ ପଞ୍ଜିକାର) ପୋର୍ଟାଲ୍ ମାଧ୍ୟମରେ ମଧ୍ୟ ଅଭିଯୋଗ ଦାଖଲ କରିପାରିବେ।
ଏହି କାର୍ଯ୍ୟକ୍ରମରେ ସମାଜକୁ ସୁରକ୍ଷିତ କରିବା ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦିଆ ଯାଇଥିଲା।
\”ଏକତ୍ରିତ ଭାବରେ ଆମେ ଏକ ସୁରକ୍ଷିତ ସମାଜ ଗଠନ କରିବାରେ ବିଶେଷ ସହାୟକ ହୋଇପାରିବା।\”




