ବୈପାରୀଗୁଡାରେ ବିଲୁଆ ଆତଙ୍କ, ୬ ଗୁରୁତର
କୋରାପୁଟ, ୫/୮: କୋରାପୁଟ ବୈପାରୀଗୁଡାରେ ବିଲୁଆ ଆତଙ୍କ । ଗାଁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ବିଲୁଆ । ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ବିଲୁଆ ଭୟରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି ।
ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ । ପ୍ରବଳ ବର୍ଷା ଯୋଗୁଁ ବିଲୁଆ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।
କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳରେ ବିଲୁଆ ଆତଙ୍କ । ବିଲୁଆ ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି କ୍ଷ ସମସ୍ତ ଗୁରୁତର ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି କ୍ଷ ବୁଧବାର ସକାଳେ ଗାଁ ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି । ବୈପାରୀଗୁଡା ବ୍ଲକର ଖରାଗୁଡା, କଦମଗୁଡା ଓ ବଡାଗୁଡାରେ ପ୍ରାୟ ୬ ଜଣକୁ ଆକ୍ରମଣ କରିଛି । କିଏ ଜମିରେ ହଳ କଲାବେଳେ ବିଲୁଆ ଆକ୍ରମଣର ଶିକାର ହୋଇଛି ତ ଆଉ କିଏ ପୋଖରୀରେ ଗାଧୋଇବା ପାଇଁ ଯିବାବେଳେ ବିଲୁଆ ହାବୁଡ଼ରେ ପଡିଛି କ୍ଷ ଏଭଳି ବିଭିନ୍ନ ଗାଁର ୬ ଜଣ ଗୁରୁତର ହୋଇଥିବା ବେଳେ ସେମାନେ ବୈପାରୀଗୁଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି କ୍ଷ
ପାଗରେ ପରିବର୍ତ୍ତନ ହେବା ସହ ଲଗାତର ବର୍ଷାର ପ୍ରକୋପ ବଢ଼ିବା ଫଳରେ ବିଲୁଆ ଗାଁ ଭିତରକୁ ପ୍ରବେଶ କରିବା ଯୋଗୁ ଏଭଳି ଘଟଣା ଘଟୁଛି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି କ୍ଷ




