Odisha News

ବୌଦ୍ଧ ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶିତ : ବାଦ ପଡିଲେ ୧୭୬୩୨ ଭୋଟର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୭ : ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଝଓଜ)-୨୦୨୬ କାର୍ଯ୍ୟକ୍ରମ ଅନୁସାରେ ଆଜି ବୌଦ୍ଧ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ – ୮୫-କଣ୍ଟାମାଳ ଓ ୮୬-ବୌଦ୍ଧ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବୌଦ୍ଧ, ବିଭୂତି ଭୂଷଣ ନାୟକଙ୍କ ଦ୍ଵାରା ଆଜି ମୁଖ୍ୟାଳୟ ସଦ୍ଭାବନା ସଭାଗୃହରେ ଇ ଆର୍ ଓ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏବଂ ଇ ଆର୍ ଓ ତଥା ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଥିଲା । ପ୍ରଥମରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟର ତାଲିକାର ସଘନ ସଂଶୋଧନ ହୋଇ ଚିଠା ପ୍ରକାଶିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ସମସ୍ତ କାର୍ଯ୍ୟ ଯଥାସମୟରେ ସମ୍ପନ୍ନ କରାଯାଉଛି ଏବଂ ସମସ୍ତ ରାଜନୈତିକ ଦଳ, ଜନପ୍ରତିନିଧି ଓ ଜନସାଧାରଣଙ୍କୁ ଏହି ତାଲିକା ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ସମୟସୀମା ୦୪ ଅଗଷ୍ଟ ସୁଦ୍ଧା ଦାଖଲ କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ ।
ଏହି ତାଲିକା ଆଜିଠାରୁ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର, ସମ୍ପୃକ୍ତ ବିଏଲଓ, ଇଆରଓ, ଏଇଆରଓଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ନିର୍ବାଚନ ୱେବସାଇଟ୍‌ରେ ସର୍ବସାଧାରଣଙ୍କ ଅବଗତି ପାଇଁ ଉପଲବ୍ଧ କରାଯାଇଛି।
ନୂତନ ଚିଠା ଭୋଟର ତାଲିକା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ମୋଟ ୩,୨୩,୩୯୪ ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧,୬୬,୧୩୫ ଜଣ ପୁରୁଷ, ୧,୫୭,୨୪୮ ଜଣ ମହିଳା ଓ ୧୧ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।
ଜିଲ୍ଲାରେ ମୋଟ ୪୬୬ଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି। ଜିଲ୍ଲାରେ ୨,୧୬୧ ଜଣ ବରିଷ୍ଠ ନାଗରିକ ଭୋଟର , ୪୦୪୯ ଜଣ ନୂତନ ଭୋଟର ଏବଂ ୩୫୧୫ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି।
ଜିଲ୍ଲାର ଲିଙ୍ଗାନୁପାତ (ଝରଙ୍ଘ ଜବଗ୍ଧସକ୍ଟ) ୯୭୦ ରହିଛି। ୨୦୨୫ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ତୁଳନାରେ ନୂତନ ଚିଠା ଭୋଟର ତାଲିକାରେ ୧୭,୬୩୨ ଜଣ ଭୋଟର ବାଦ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୬,୮୮୬ ଜଣ ପୁରୁଷ, ୧୦,୭୪୭ ଜଣ ମହିଳା ଏବଂ ଜଣେ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।
ସେହିପରି ବାଦ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ୪୯୬ ଜଣ ବରିଷ୍ଠ ନାଗରିକ, ୪,୫୭୭ ଜଣ ନୂତନ ଭୋଟର ଏବଂ ୩୬୭ ଜଣ ଦିବ୍ୟାଙ୍ଗ ଭୋଟର ଅନ୍ତର୍ଭୁକ୍ତ ଅଛନ୍ତି।ସଂଗ୍ରହ ହୋଇନଥିବା ୧୩,୯୪୪ଟି ଗଣନା ଫର୍ମ (ଋଦ୍ଭଙ୍କଜ୍ଞରକ୍ସବଗ୍ଧସକ୍ଟଦ୍ଭ ୠକ୍ଟକ୍ସଜ୍ଞଗ୍ଦ) ମଧ୍ୟରୁ ୬,୩୭୯ ଜଣଙ୍କର ମୃତ୍ୟୁ ହୋଇଥିବା, ୫,୪୩୬ ଜଣ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା, ୧,୧୮୩ ଜଣ ପୂର୍ବରୁ ଅନ୍ୟତ୍ର ଭୋଟର ଭାବେ ପଞ୍ଜୀକୃତ ହୋଇଥିବା ଏବଂ ୯୧୫ ଜଣ ଅନୁପସ୍ଥିତ ଥିବା ଜଣାପଡ଼ିଛି।
ଏହି ସମସ୍ତ ତଥ୍ୟକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଚିଠା ଭୋଟର ତାଲିକାରେ ପ୍ରତିଫଳିତ କରାଯାଇଛି।
ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବରେ ପ୍ରେମାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ ପ୍ରଦୀପ କୁମାର ଅମାତ, ସୀତାଂଶୁ ଶେଖର ମହାକୁଡ଼ , ସନ୍ତୋଷ କୁମାର ନାୟକ, ଅନିକେତ ଦାନି , ପ୍ରେମ ଭଞ୍ଜନ ମହାକୁଡ଼, ସମରେଶ ମିଶ୍ର, ଅସିତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ ।
ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ସମସ୍ତ କାର‌୍ୟ୍ୟ ନିରପେକ୍ଷ ଭାବରେ ଯଥାସମୟରେ ସମ୍ପନ୍ନ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ପ୍ରକାଶ କରିଛନ୍ତି ।
ଜିଲ୍ଲା ନିର୍ବାଚନ ଶାଖା ତରଫରୁ ଡି ସି ନିର୍ବାଚନ, ମନସିତ୍ ସ୍ୱରୂପ ଏହି ବୈଠକ ଆୟୋଜନ କରିଥିଲେ ।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳ, ଜନପ୍ରତିନିଧି ଓ ଜନସାଧାରଣଙ୍କୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ସମୟସୀମା ମଧ୍ୟରେ ଦାଖଲ କରିବା ସହ ଏହି କାର‌୍ୟ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଛନ୍ତି।

Related Posts