Odisha News

ସଂଶୋଧିତ ପୁସ୍ତକରେ ପାଠ ପଢିବେ ପିଲା, ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୯/୬ : ସରକାରୀ ବିଦ୍ୟାଳୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଉପରେ ବଡ଼ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାଙ୍କୁ ଦିଆଯାଇଥିବା ପାଠ୍ୟ ପୁସ୍ତକ ପ୍ରତ୍ୟାହୃତ କରାଯିବ ନାହିଁ । ଏହା ବଦଳରେ ସମସ୍ତ ବିଦ୍ୟାଳୟକୁ ସଂଶୋଧିତ ପାଠ୍ୟ ପୁସ୍ତକ ଦିଆଯିବ । ବିଦ୍ୟାଳୟରେ ଶିକ୍ଷକମାନେ ସଂଶୋଧିତ ପାଠ୍ୟ ପୁସ୍ତକ ବ୍ୟବହାର କରିବେ । ଉକ୍ତ ସଂଶୋଧିତ ବହିକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଧାନ ଶିକ୍ଷକଙ୍କୁ ଦିଆଯିବ ।
ସେହିପରି ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଯେଉଁମାନେ ତ୍ରୁଟି କରିଛନ୍ତି ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କମିଟିର ତଦନ୍ତ ରିପୋର୍ଟ ଆଧାରରେ ଆଗାମୀ ଦିନରେ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କମିଟିର ରିପୋର୍ଟ ଅନୁସାରେ ସରକାର ପୂର୍ବତନ ଡିରେକ୍ଟର ଅଫ୍ ଟିଚର୍ସ ଟ୍ରେନିଂ, SCERT ମନୋଜ ପାଢ଼ୀ, ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତ ମିଶ୍ର, ଦିଲୀପ କୁମାର ସାହୁ ଏବଂ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରିଛନ୍ତି । ସେହିପରି ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଭବିଷ୍ୟତରେ ଏଭଳି ଭୁଲ ନ ହେବା ପାଇଁ କମିଟି ୧୪ଟି ସୁପାରିଶ ମଧ୍ୟ କରିଛି ।

Related Posts