Odisha News

ବିଜେଡିରେ ମିଶିଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା

ଭୁବନେଶ୍ୱର, ୨୫/୬ : ଆଜି ଓଡ଼ିଶା ରାଜନୀତିରେ ଏକ ବଡ଼ ଭୂକମ୍ପ ସୃଷ୍ଟି ହୋଇଛି । ସମସ୍ତଙ୍କ ମୁହଁକୁ ଚୁପ କରି ସୁଜାତା ରାଉତ ଓରଫ୍ ସୁଜାତା ପାଣ୍ଡିଆନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡ଼ିରେ ସାମିଲ ହେବା ପରେ ସୁଜାତା ପ୍ରଥମ ପ୍ରତିକ୍ରିୟା ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ।
ସୁଜାତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଥିଲା ।
ଆଜି ପୁଣି ଥରେ ନବୀନଙ୍କ ନେତୃତ୍ୱରେ ଓଡ଼ିଶା ମାଟିରେ ସେବା କରିବାର ସୁଯୋଗ ମିଳିଛି । ପ୍ରଭୁ ଜଗନ୍ନାଥ, ଦଳର ନେତୃବୃନ୍ଦ ଓ ଲକ୍ଷ ଲକ୍ଷ କର୍ମୀଙ୍କ ଆଶୀର୍ବାଦରେ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠା ଓ ସମର୍ପଣର ସହିତ କାମ କରିବି ।”
ଗୁରୁବାର ଭୁବନେଶ୍ୱରସ୍ଥିତ ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସୁଜାତା ପାଣ୍ଡିଆନ ବିଜେଡ଼ିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଏହି ସମୟରେ ଦଳର ତମାମ ତୁଙ୍ଗ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ନବୀନଙ୍କ ନିର୍ଦ୍ଦେଶ ମୁତାବକ, ରାଜ୍ୟ ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଟୁକୁନି ସାହୁ, କଟକ ମେୟର ସୁବାଷ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଧ୍ରୁବ ସାହୁ, ଚନ୍ଦ୍ରଶେଖର ସାହୁ, ସ୍ନେହାଙ୍ଗିନୀ ଛୁରିଆ ଓ ପଦ୍ମନାଭ ବେହେରା ପ୍ରମୁଖ ଆହୂତ ବୈଠକରେ ଯୋଗ ଦେଇଥିଲେ । ଏହା ପରେ ଦଳର ସଭାପତି ସୁଜାତା କାର୍ତ୍ତିକେୟନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଛି ।
ସେପଟେ ନବୀନ ମଧ୍ୟ ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି । ନବୀନ କହିଛନ୍ତି ଯେ ସେ ହିଁ ଆଗାମୀ ନିର୍ବାଚନରେ ଦଳର ନେତୃତ୍ୱ ନେବେ । ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ କାମ କରିବେ ବୋଲି ନବୀନ ସ୍ପଷ୍ଟ କରିଛନ୍ତି ।

Related Posts