Odisha News

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ

ଭୁବନେଶ୍ୱର,୩୦/୫: ଆୟୂଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଆଡମିଟ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରାଯିବ।
ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ କାର୍ଡରେ ପରୀକ୍ଷା ହେବ। ୩ ଦିନ ପୂର୍ବରୁ ଯାହା ସବୁ ଟେଷ୍ଟ ହେବ ତାହା ଆୟୂଷ୍ମାନ ପ୍ୟାକେଜରେ ରହିବ। ଗାଇଡ୍‌ଲାଇନ୍ ନ ମାନିଲେ ହସ୍ପିଟାଲ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

Related Posts