Odisha News

ଓମ୍‌ଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି

ଭୁବନେଶ୍ୱର,୩/୫: ଓଡ଼ିଶାରେ କ୍ଷୀର ଦାମ୍ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍‌ଫେଡ୍‌। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କାରେ ପହଞ୍ଚିଛି। ପ୍ରିମିୟମ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୫୪ ଟଙ୍କାରୁ ୫୮ ଟଙ୍କା ହୋଇଛି। ଗୋଲ୍ଡ ପ୍ରିମିୟର ପ୍ଲସ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୬୪ ଟଙ୍କା ହୋଇଛି। ଏହା ପୂର୍ବରୁ ୬୦ ଟଙ୍କା ଥିଲା।
ସେହିପରି ଗୋଲ୍ଡ ପ୍ରିମିୟର କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଥିବାବେଳେ ଏହା ୫୬ ଟଙ୍କାରୁ ବୃଦ୍ଧି ପାଇ ୬୦ ହୋଇଛି। ଗୋଟିଏ ପ୍ୟାକେଟ୍ (୫୦୦ ମି.ଲି) ଉପରେ ୨ ଟଙ୍କା ବୃଦ୍ଧି ହୋଇଛି। ରବିବାରଠାରୁ ରାଜ୍ୟରେ ଓମ୍‌ଫେଡ୍ ଏହି ନୂଆ ଦାମ୍ ଲାଗୁ କରିଛି।

Related Posts