Odisha News

ସହରରେ ପିଏନ୍‌ଜି ବାଧ୍ୟତାମୂଳକ; ମାସକ ମଧ୍ୟରେ ଦିଆଯିବ ଗ୍ୟାସ୍ ସଂଯୋଗ

ଭୁବନେଶ୍ୱର, ୨/୪ : ସବୁ ସହରାଞ୍ଚଳ ପାଇଁ ପିଏନଜି ସଂଯୋଗ । ସବୁ ସହରାଞ୍ଚଳକୁ ପିଏନଜି ସଂଯୋଗ ଯୋଗାଇ ଦିଆଯିବ । ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା ।
ସହରାଞ୍ଚଳରେ ୩ ମାସ ମଧ୍ୟରେ ପିଏନଜି ସଂଯୋଗ ପାଇଁ କୁହାଯାଇଛି । ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତି ବି ପିଏନଜି ସୁବିଧା ପାଇବେ ।
ଗ୍ରାମାଞ୍ଚଳ ପାଇଁ ଏଲପିଜି ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ । ଗ୍ୟାସ୍ କଳାବଜାରୀ ରୋକିବାକୁ e-KYC ବ୍ୟବସ୍ଥା ଆପଣାଯିବ । e-KYC ସରିଗଲେ କେହି ଆଉ କାହା ନାଁରେ ଗ୍ୟାସ୍ ନେଇପାରିବେନି । ତେବେ ଯେଉଁମାନେ ପିଏନଜି କନେକ୍ସନ ନେଇଛନ୍ତି, ସେମାନଙ୍କୁ ଏଲପିଜି ମନା ବୋଲି ମନ୍ତ୍ରୀ କହିଛନ୍ତି ।
୩ ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହର ଗୁଡିକରେ ପିଏନଜି କନେକ୍ସନ ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ସହରାଞ୍ଚଳ ଗୁଡିକରେ ଭଡା ନେଇଥିବା ଲୋକ ମଧ୍ୟ ପିଏନଜି କନେକ୍ସନ ନେଇ ପାରିବେ । ବୈଠକରେ ନଗର ଉନୟନ୍ନ ମନ୍ତ୍ରୀଙ୍କ ସହ ଯୋଗାଣ ସଚିବ ଓ ତେଲ କମ୍ପାନୀର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Related Posts