ବଲାସିଙ୍ଗା ରିଜର୍ଭ ପୋଲିସ ଲାଇନ ପ୍ୟାରେଡ ପଡିଆଠାରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୪ : ବୁଧବାର ସକାଳ ୮ ଘଣ୍ଟା ସମୟରେ ବଲାସିଙ୍ଗା ସ୍ଥିତ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ ୯୧ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି ।
ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଉକ୍ତ ଦିବସ ଅବସରରେ ଆରକ୍ଷୀ ବାହିନୀ ପକ୍ଷରୁ ଆୟୋଜିତ ପ୍ୟକ୍ଷରେଡରେ ଅଭିବାଦନ ଗ୍ରହଣ କରି ପ୍ରତିଷ୍ଠା ଦିବସର ବାର୍ତ୍ତା ପ୍ରଦାନ କରିଥିଲେ ।
ପୋଲିସ ସେବା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ କର୍ମୀଙ୍କୁ ପୁରସ୍କୃତ କରା ଯାଇଥିଲା ।
କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ, ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ ରାଉତରାୟ, ବୌଦ୍ଧ ଆଇଆଇସି ନଳିନୀ କାନ୍ତ ଦାସଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।




