Odisha News

ବଲାସିଙ୍ଗା ଆଇଆରବି ଛକ ନିକଟରୁ ଇନୋଭା କାର ସହ ୩୪୨ କେଜି ଗଞ୍ଜେଇ ଜବତ କଲା ପୋଲିସ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୩ : ସୋମବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଗଣ ମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ଜାତୀୟ ରାଜପଥ ନଂ ୫୭ ର ବଲାସିଙ୍ଗା ଆଇଆରବି ଛକ ନିକଟରୁ ଗୋଟିଏ ଇନୋଭା କାରରୁ ବୌଦ୍ଧ ଥାନା ପୋଲିସ ୩୪୨ କେଜି ଗଞ୍ଜେଇ ଜବତ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସବ୍ ଇନ୍ସପେକ୍ଟର ଯଶୋବନ୍ତ କନ୍ହରଙ୍କ ନେତୃତ୍ବରେ ଏକ ପୋଲିସ ଟିମ ପେଟ୍ରୋଲିଂ କରୁଥିଲେ ।
ଉକ୍ତ ସମୟରେ ସୋନପୁର ପଟୁ ବୌଦ୍ଧ ଆଡକୁ ଆସୁଥିବା ଏକ ଇନୋଭା କାର ଙଊ୦୨ ଣ ୫୬୫୭ ପୋଲିସ ଗାଡିକୁ ଦେଖି ଡ୍ରାଇଭର ଗାଡିକୁ ରାସ୍ତାରେ ରଖି ଘଟଣା ସ୍ଥଳରୁ ଫେରାର ଉଦ୍ୟମ କରିଥିଲା ଓ ତାକୁ ପୋଲିସ ଟିମ କାବୁ କରିଥିଲେ ।
ଗାଡିକୁ ତନଖି କରିବାରୁ ଗଞ୍ଜେଇ ବାହାରି ଥିଲା ଓ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବାରୁ ତାହା ୩୪୨ କେଜି ହୋଇଥିଲା । ଅଟକ ଡ୍ରାଇଭର ଜଣକ ସୁନ୍ଦରଗଡ ଜିଲ୍ଲା କୁତୁରା ଥାନା ଖତପୁରବାହାଲ୍ ଗ୍ରାମର ସାଗର ସାହୁ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ବୌଦ୍ଧ ଥାନାରେ ୧୫୨/୨୦୨୬ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

Related Posts