ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଂଜୀକରଣ; ଏମିତି କରିବେ ଆବେଦନ
ଭୁବନେଶ୍ବର, ୨୮/୩ : ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ‘ସୁଭଦ୍ରା’ରେ ସାମିଲ ହେବାକୁ ସୁଯୋଗ ଆସିଛି। ଯେଉଁ ମହିଳାମାନେ ଏହି ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି, ବିଶେଷ ଭାବେ ସେମାନେ ଏଥିରେ ସାମିଲ ହୋଇପାରିବେ। ମାତ୍ର ତିନି ଦିନ ପରେ ରାଜ୍ୟ ସରକାରଙ୍କ ସୁଭଦ୍ରା ପୋର୍ଟାଲ ଖୋଲିବ। ଏହା ପରେ ଆବଦନ କରିହେବ। ଅନ୍ଲାଇନ୍ କେନ୍ଦ୍ର ମାଧ୍ୟମରେ ମହିଳା ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ।
ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ସୁଭଦ୍ରା ଯୋଜନାରେ ପଂଜୀକରଣ ଆରମ୍ଭ ହୋଇପାରିବ। ସୁଭଦ୍ରା ପୋର୍ଟାଲର ଏପ୍ରିଲ ୩୦ ପର୍ୟ୍ୟନ୍ତ କରିପାରିବେ ଆବେଦନ। ଯେଉଁମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବେ, ଏହା ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟାଳୟରୁ ମାନୁଆଲ ଫର୍ମ ନେଇପାରିବେ। ଏହି ଆବେଦନ ଫର୍ମ ମାଗଣାରେ ମଳିବ।
ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି, ସେମାନଙ୍କୁ ସୁଯୋଗ ମିଳିବ। ଯୋଜନାରେ ସାମିଲ ହେବାକୁ ବୟସ ୨୧ରୁ ୬୦ ବର୍ଷ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟ ସରକାର ଅଧିକ ସଂଖ୍ୟାରେ ହିତାଧିକାରୀଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛନ୍ତି।ନୂତନ ଆବେଦନ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।




