ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ନିମନ୍ତେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କ୍ଷେତ୍ର ପରିଦର୍ଶନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୩ : ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ନିମନ୍ତେ ମତ୍ସ୍ୟ ଓ ପ୍ରାଣସମ୍ପଦ ବିକାଶ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା ରେ ବ୍ଲକ୍ ସ୍ତରୀୟ ଦୁଇ ଦିନିଆ ନିବେଶ ସହାୟତା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ତା ୧୮/୦୩/୨୦୨୬ ରିଖ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ, ବୌଦ୍ଧ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟ ରେ ଥିବା ପ୍ରଶିକ୍ଷଣ ଗୃହ ରେ ବୌଦ୍ଧ ବ୍ଲକ୍ ର ୧୫ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ୩୦ ଜଣ ସଦସ୍ୟା ଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି।
ଏହି ଶିବିର ରେ ବୌଦ୍ଧ ଜିଲ୍ଲା ମତ୍ସ୍ୟ ଅଧିକାରିମହୋଦୟା ସୁଶ୍ରୀ ଦ୍ରୌପଦୀ ମାଝୀ ଅଧ୍ୟକ୍ଷତା କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧ ରେ ହିତାଧିକାରୀ ଙ୍କୁ ଅବଗତ କରାଇ ଥିଲେ।
ଶ୍ରୀ ବିଶ୍ଵ ଭୂଷଣ ଜେନା ବୌଦ୍ଧ ବ୍ଲକ୍ ର ସହକାରୀ ମତ୍ସ୍ୟ ଅଧିକାରୀ ହିତାଧିକାରୀ ଙ୍କୁ ସ୍ବାଗତ ଭାଷଣ ଦେବା ସହ ପ୍ରଶିକ୍ଷଣ ଉପରେ ଆଲୋକପାତ କରି ଥିଲେ।
ଶ୍ରୀମତୀ ଲିଲିପ୍ତା ଦାସ,ସହକାରୀ ମତ୍ସ୍ୟ ଅଧିକାରୀ ମାଛ ଚାଷ ପ୍ରଣାଳୀ,ପୋଖରୀ ପରିଚାଳନା ,ରୋଗ ନିରାକରଣ ସମ୍ବନ୍ଧୀୟ ତଥ୍ୟ ଗୋଷ୍ଟୀ ର ମହିଳା ମାନଙ୍କୁ ପ୍ରଦାନ କରିବା ସହ ମାଛ ଚାଷ ନିମନ୍ତେ ଉତ୍ସାହିତ କରି ଥିଲେ।
ଆଜି ଅର୍ଥାତ୍ ପ୍ରଶିକ୍ଷଣ ର ଦ୍ୱିତୀୟ ଦିବସ ରେ ତ୍ରିପାଠୀ ମାଛ ଜାଆଁଳା କେନ୍ଦ୍ର,କମଲପୁର ସମସ୍ତ ହିତାଧିକାରୀ ଙ୍କୁ ନେଇ ମାଛ ଚାଷ ସମ୍ବନ୍ଧୀୟ ପ୍ରାୟୋଗିକ ଜ୍ଞାନ ସହ କ୍ଷେତ୍ର ପରି ଦର୍ଶନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ବମ୍ବର ପ୍ରଧାନ,ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ,ଶ୍ରୀମତୀ ରୋଜାଲିନ ସାହୁ , ବରିଷ୍ଠ ମତ୍ସ୍ୟବୈଷୟିକ ସହାୟକ,ଶ୍ରୀମତୀ ଯମୁନା ମଣି ପାତ୍ର,ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ,ସୁଶ୍ରୀ ମଧୁସ୍ମିତା ପ୍ରଧାନ,କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପ୍ରମୁଖ ଉପସ୍ଥିତ ରହି ମାଛ ଚାଷ ରେ ପୋଖରୀ ପରିଚାଳନା ସହ ପ୍ଲାଙ୍କଟନ ନେଟ୍ ର ବ୍ୟବହାର ,ପାଣି ର ଅମ୍ଲତ୍ଵ ଓ କ୍ଷାରତ୍ଵ ର ପରୀକ୍ଷଣ ଜଣାଇବା ସହ ଉଚ୍ଚ ମାନର ଜ୍ଞାନ କୌଶଳ ପ୍ରଦାନ କରି ଥିଲେ।
ପ୍ରଶିକ୍ଷଣ ଶିବିର ଉଜ୍ଜାପନୀ ସଭା ରେ ବୌଦ୍ଧ ଜିଲ୍ଲା ର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀ ଙ୍କ ସହ , କାର୍ଯ୍ୟାଳୟ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଶ୍ରୀମତୀ ଚିନ୍ମୟୀ ଶୁଭସ୍ମିତା, ସହକାରୀ ମତ୍ସ୍ୟ ଅଧିକାରୀ ସଭା ପରିଚାଳନା କରିବା ସହ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରି ଥିଲେ।




