Odisha News

ମିଶନ ଶକ୍ତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସୁଭଦ୍ରା ଶକ୍ତି ମେଳାର ସପ୍ତମ ସନ୍ଧ୍ୟା କାର୍ଯ୍ୟକ୍ରମ ଉଦଯାପିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୩ : ଗୁରୁବାର ସନ୍ଧ୍ୟାରେ ମିଶନ ଶକ୍ତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧ ଙ୍କ ମିଳିତ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ର ସପ୍ତମ ସନ୍ଧ୍ୟା ର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।
ଏହି ମେଳା ମାର୍ଚ୍ଚ ୬ ତାରିଖ ଠାରୁ ଆରମ୍ଭ ହୋଇ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେଉଥିଲା ।
ଏହି ଉପଲକ୍ଷେ ମୋଟ ୧୨୦ ଟି ଷ୍ଟଲ ଖୋଲା ଯାଇଥିଲା । ଲକ୍ଷପତି ଦିଦି ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଡେମୋ ଷ୍ଟଲଖୋଲାଯାଇଥିଲା । ଗୁରୁବାର ସପ୍ତମ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ,ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ଲିଡ଼ ବ୍ୟାଙ୍କ ମ୍ୟାନେଜର ଡନ ବସ୍କୋ, ସି. ଡି ପି. ଓ, ବୌଦ୍ଧ ୱାହିଦା ବେଗମ , ସି ଡି ପି ଓ, ହରଭଙ୍ଗା ଦୀପ୍ତିମୟୀ ପାତ୍ର ,ଜ଼ିଲ୍ଲା ପରିଯୋଜନା ଅଧିକାରୀ ରୀନା ମହାନ୍ତି,ଜ଼ିଲ୍ଲା ପ୍ରକଳ୍ପ ସଂଯୋଜକ,ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ମଂଚାସୀନ ଥିଲେ ।
ଏହି ଅବସରରେ ଡି ପି ସି ମିଶନ ଶକ୍ତି ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
କଚେରୀ ପଡିଆ ଠାରେ ସୁଭଦ୍ରା ମେଳା ଉପଲକ୍ଷେ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ୫୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବିକ୍ରି କରିପାରିଥିବାରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଙ୍କୁ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟ ରେ ଉତ୍ସାହିତ କରିଥିଲେ ।
ଏହି ଅବସରରେ ଅତିଥି ବୃନ୍ଦ ଏବଂ ସୁଭଦ୍ରା ମାଆ ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।
ଗୁରୁବାର କାର୍ଯ୍ୟକ୍ରମ ରେ ସଂଗୀତାୟନ, ବୌଦ୍ଧ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।
ପରେ ପରେ ନଟରାଜ କଳାମନ୍ଦିର, ଫୁଲବାଣୀ ର କଳାକାର ମାନେ ଓଡିଶୀ ନୃତ୍ୟ, ସଂଗୀତ ସାଧନା, ଲୋଇସିଂହା, ଜ଼ିଲ୍ଲା ଧାର୍ମିକ, ସାଂସ୍କୃତିକ ଓ ସେବା ମହାସଂଘ, ବୌଦ୍ଧ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ଅର୍ଚନା ପାଢ଼ୀ ମେଲୋଡି ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭ ରେ ବନ୍ଦେ ମାତରମ ସଂଗୀତ ପରିବେଷଣ କରାଯାଇଥିଲା ।
ଏହି ଅବସରରେ ଶ୍ରେଷ୍ଠ କୃଷି ଉତ୍ପାଦକ ବର୍ଗରେ ଶ୍ରେଷ୍ଠ ବିକ୍ରି ପାଇଁ ଆମ ଘର ପି ଜି ପ୍ରଥମ,ଅଣ କୃଷି ଉତ୍ପାଦକ ବର୍ଗରେ ଲଷ୍ମୀ ନାରାୟଣ ଟସର ହ୍ୟାଣ୍ଡଲୁମ, ଶ୍ରେଷ୍ଠ ପ୍ୟକେଜିଙ୍ଗ ଲେବେଲିଙ୍ଗ ଓ ପ୍ରଦର୍ଶନ ବର୍ଗରେ ନାରୀ ସମୃଦ୍ଧି ପି ଜି ମନମୁଣ୍ଡା,ବୌଦ୍ଧ,ଶ୍ରେଷ୍ଠ ଗ୍ରାହକ ଆଚରଣ ଓ ଉତ୍ପାଦ ବର୍ଣ୍ଣନା ବର୍ଗରେ କରଞ୍ଜେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀ, ଜଗତସିଂହପୁର, ଶ୍ରେଷ୍ଠ ଗୋଷ୍ଠୀ ଉତ୍ପାଦରେ ସର୍ବଶ୍ରେଷ୍ଠ ଉଦ୍ଭାବନ ବର୍ଗରେ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସର୍ବ ଶ୍ରେଷ୍ଠ ଷ୍ଟଲ ଓ ସାମଗ୍ରିକ ପ୍ରଦର୍ଶନ ବର୍ଗରେ ଗାୟତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ନିମାପଡା, ପୁରୀକୁ ୨୫ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।
ପ୍ରତ୍ୟେକ ବର୍ଗରେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ୱୟଂ ସହାୟିକା ଦଳକୁ ଯଥାକ୍ରମେ କୋଡିଏ ହଜାର, ପନ୍ଦର ହଜାର ଓ ଦଶ ହଜାର ଟଙ୍କାର ଚେକ ସହ ସର୍ବମୋଟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନବକିଶୋର ଦୀପ, ସଂଯୋଜିକା ଶ୍ରଦ୍ଧାଞ୍ଜଳି ସାହୁ ଏବଂଶୁଭ ଲକ୍ଷ୍ମୀ ମୁଦୁଲି ପରିଚାଳନା କରିଥିଲେ ଏବଂ ଅତିଥି ମାନଙ୍କ ଦ୍ୱାରା ମେମେଣ୍ଟ,ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ହୋଇଥିଲେ ।

Related Posts