ଦ୍ଵିଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨/୩ : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟ ଏବଂ ପି.ଏମ.ଉଷା ର ସହଭାଗିତାରେ ଫେବୃଆରୀ ୨୭ ଏବଂ ୨୮ ତାରିଖ ପର୍ଯ୍ୟନ୍ତ ଦ୍ଵିଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି।
ଏହି ଜାତୀୟ ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ପାତ୍ର,ମୁଖ୍ୟ ବକ୍ତା ଭାବେ ପ୍ରଫେସର ଭୂପେନ୍ଦ୍ର ଏନ. ଦେବ (ଟି.ସି.ଜି,କ୍ରେଷ୍ଟ,କୋଲକାତା ପଶ୍ଚିମବଙ୍ଗ ),ଆଲୋଚନା ଚକ୍ରର ସଂଯୋଜକ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ.ଜଗଜ୍ଜିତ କମିଳା,ରସାୟନ ବିଜ୍ଞାନର ବିଭାଗ ମୁଖ୍ୟ ଡ.ଅର୍ଚ୍ଚନାମୟୀ ବେହେରା,ସହ ସଂଯୋଜକ ଭାବେ ପଦାର୍ଥ ବିଜ୍ଞାନର ସହାୟକ ପ୍ରଫେସର ଡ.ଜିତେନ୍ଦ୍ର କୁମାର ପ୍ରଧାନ,ରସାୟନ ବିଜ୍ଞାନର ସହାୟକ ପ୍ରଫେସର ଡ.ଗଜେନ୍ଦ୍ର କୁମାର ପ୍ରଧାନ ଏବଂ ଶ୍ରୀ ଚନ୍ଦ୍ରଶେଖର ପାତ୍ର ଯୋଗଦାନ କରିଥିଲେ।ଏହି ଆଲୋଚନା ଚକ୍ରରେ ସଂଯୋଜକ ଡ.ଜଗଜ୍ଜିତ କମିଳା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଆଲୋଚନା ଚକ୍ରର ବିଷୟ ବିଶେଷଜ୍ଞ ଭାବେ ପଶ୍ଚିମବଙ୍ଗ, ଆଇ.ଆଇ.ଟି. ଖଡ଼ଗପୁରରୁ ପ୍ରଫେସର ପ୍ରସନ୍ନ କୁମାର ସାହୁ, ପ୍ରଫେସର ଶାନ୍ତନୁ ଚଟ୍ଟୋପାଧ୍ୟାୟ,ସି.ଡି.ଏ.ସି ପୁନେ,ମହାରାଷ୍ଟ୍ରରୁ ଡ.ଭେଙ୍କଟେସ ସିନୋଇ,ଏନ ଆଇଟି ରାଉରକେଲା ରୁ ପ୍ରଫେସର ପ୍ରିୟବ୍ରତ ଦାଶ,ସମ୍ବଲପୁର ବିଶ୍ୱବିଦ୍ୟାଳୟ ବୁର୍ଲାରୁ ପ୍ରଫେସର ରାଜୀବ ପାଢ଼ୀ,ପ୍ରଫେସର ପ୍ରଭାତ କୁମାର ସାହୁ,ପ୍ରଫେସର ବାନାର୍ଜୀ ବେହେରା,ନାଇଜର,ଭୁବନେଶ୍ୱରରୁ ପ୍ରଫେସର ବିଷ୍ଣୁପ୍ରସାଦ ବିଶ୍ୱାଳ ଯୋଗଦାନ କରି ଏମ.ଏସ.ଏସ.ଡବ୍ଲୁ-୨୦୨୬ Materials for a Sustainable and Smart World (MSSW-2026)ର ବିବିଧ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଆମର ଚିର ସବୁଜ ସୁନ୍ଦର ପୃଥିବୀକୁ ଆମେ ସୁରକ୍ଷିତ ରଖିବା ସହ ବିଜ୍ଞାନର ଅଗ୍ରଗତି କିପରି ଭାବେ ସମ୍ଭବ ହୋଇପାରିବ ସେ ବିଷୟରେ ସେମାନଙ୍କର ସୁପରିକଳ୍ପିତ ଅଭିଭାଷଣ ପ୍ରଦାନ କରିଥଲେ।ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଆସିଥିବା କୃତୀ ଗବେଷକ,ଗବେଷିକା ସେମାନଙ୍କର ପ୍ରବନ୍ଧ ପାଠ କରିଥିଲେ।
ଫେବୃୟାରୀ ୨୮ ତାରିଖ ଜାତୀୟ ବିଜ୍ଞାନ ଦିବସ ଅବସରରେ ସୁପ୍ରସିଦ୍ଧ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ସି.ଭି.ରମଣଙ୍କ ବିଜ୍ଞାନକୁ ତାଙ୍କର ଗୁରୁତ୍ୱପୂର୍ଣ ଅବଦାନ ଏବଂ ବିକଶିତ ଭାରତ ଗଠନରେ ନାରୀ ବୈଜ୍ଞାନିକ ମାନଙ୍କର ଭୂମିକା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।
ଏହି ଆଲୋଚନା ଚକ୍ର ପରିପ୍ରେକ୍ଷୀରେ ଅବସର ଗ୍ରହଣ କରିଥିବା ରସାୟନ ବିଜ୍ଞାନ ବିଭାଗର ବରିଷ୍ଠ ସହାୟକ ପ୍ରଫେସର ଡ. ସତ୍ୟନାରାୟଣ ଚାଉଳିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ ଆଲୋଚନା ଚକ୍ରର ସଂଯୋଜକ ଡ. ଅର୍ଚ୍ଚନାମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ସଂଗଠନର ସମସ୍ତ ସଦସ୍ୟ ଭାବେ ପ୍ରଫେସର ସତ୍ୟନାରାୟଣ ଚାଉଳିଆ,ଶ୍ରୀମତୀ ବିଜୟଲଷ୍ମୀ ବସ୍ତିଆ,ଶ୍ରୀମତୀ ସୁମିତ୍ରା ମାରାଣ୍ଡି,ଡ.ମାଣିକ ସିଲ,ଡ.କିରଣ କୁମାର ସାହୁ,ପ୍ରଫେସର ଅରୁଣ କୁମାର ମିଶ୍ର,ପ୍ରଫେସର ନବ କୁମାର ମିଶ୍ର,ପ୍ରିୟାଂଶୀ ତ୍ରିପାଠୀ ସାଂଗଠନିକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମ୍ୟାଜିକ ସୋ ଆୟୋଜିତ ହୋଇଥିଲା।
ଏହି ଆଲୋଚନା ଚକ୍ରରେ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, ପ୍ରାଧ୍ୟାପକ,ପ୍ରାଧ୍ୟାପିକା ଛାତ୍ରଛାତ୍ରୀ,ଗବେଷକ,ଗବେଷିକା ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।




