ଗଜପତି : ମହିଳା ସ୍ନାତକ ମହାବିଦ୍ୟାଳୟର ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମୂଖ୍ୟଅତିଥି ଭାବେ ପ୍ରାଧିକରଣ ର ସଚିବ ଜର୍ଜ ଶ୍ରୀ ବିମଳ ରାଉଳ ଯୋଗ ଦେଇ ଛାତ୍ରୀମାନେ ଆଜିକାଲି କିଭଳି ଫୋନ୍ ଯୋଗୁଁ ବିଭିନ୍ନ ଛଳନା ଓ ଯୌନ ହିଂସାର ଶିକାର ହେଉଛନ୍ତି ବୋଲି କହି ଏହାର ମୁକାବିଲା କରିବା ପାଇଁ ଜିଲ୍ନା ପ୍ରଶାସନ ଓ ଆଇନ୍ ସେବା ପ୍ରାଧିକରଣ ବିଭାଗ ସର୍ବଦା ତତ୍ପର ବୋଲି ମୁଖ୍ୟଅତିଥି ବକ୍ତବ୍ୟ ରଖିଥିଲେ । ଏହାଛଡା ମାଦକ ଦ୍ରବ୍ୟ ସେବନ , ପରିବେଶ ସୁରକ୍ଷା ତଥା ନାରୀ ନିର୍ଯ୍ୟାତନା ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ ।
ସେହିଭଳି ଗୋଷାଣୀ ସି.ଡି.ପି.ଓ: ଶ୍ରୀମତୀ ନମିତା ମହାରଣା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବାଲ୍ୟ ବିବାହ କାହିଁକି ହୁଏ ଓ ଏହାକୁ କିଭଳି ରୋକା ଯାଇପାରିବ , ସେ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ପ୍ରଶ୍ନୋତ୍ତର ମାଧ୍ୟମରେ ବୁଝାଇ କହିଥିଲେ ।
ଶେଷରେ ବରିଷ୍ଠ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ମିସ୍ ଅନନ୍ୟା ପାତ୍ର , ଶ୍ରୀ ନାଗେଶ୍ବର ଚୌଧୁରୀ ପ୍ରଭୃତି ଯୋଗ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।




